କନ୍ୟାକୁ ନେଇ ଚମ୍ପଟ ମାରିଲା ବର !

ଖବର ଟି ଯେତିକି ଯେତିକି ରୋମାଞ୍ଚକର ସେତିକି ଆକୃଷ୍ଟ ତଥା ଚର୍ଚିତ ହୋଇଛି । ସୂଚନା ମୁତାବକ ସୋମବାର ଚାଲିଥିଲା ଜଣେ ନାବାଳିକାଙ୍କ ବିବାହ ସେ ପୁଣି ଢେଙ୍କାନାଳ ସହର ସ୍ଥିତ ଅମଲାପଡା ଶିବମନ୍ଦିରରେ।

ନାବାଳିକାଙ୍କୁ ବାହା ହୋଇଥିବା ସମ୍ପୃକ୍ତ ଯୁବକଙ୍କ ଘର କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ। ଅମଲାପଡା ଶିବମନ୍ଦିରରେ ଏହି ବିବାହ ଓ ଭୋଜି ଚାଲିଥିବାବୋଳ ଜିଲା ଶିଶୁ ସୁରକ୍ଷା ବିଭାଗ, ଚାଇଲ୍ଡ ହେଲପ ଲାଇନ୍‌ ଓ ଶିଶୁ କଲ୍ୟାଣ କମିଟିର କେତେଜଣ ସଭ୍ୟ ସେଠାରେ ପହଞ୍ଚିଥିଲେ। ପରେ ସମ୍ପୃକ୍ତ ଯୁବକ ଓ ତାଙ୍କ ପରିବାରକୁ ଏହା ଆଇନ ବିରୋଧୀ ବୋଲି ବୁଝାଇବା ସହ ଟାଉନ ଥାନାକୁ ଯିବା ପାଇଁ ପରାମର୍ଶ ଦେଇ ସେଠାରୁ ପଳାଇ ଆସିଥିଲେ।

ଏଥିରେ ଯୁବକ ଜଣକ ନାବାଳିକା କନ୍ୟାଙ୍କୁ ଗାଡିରେ ବସାଇ ଟାଉନ ଥାନାକୁ ଯାଉଛୁ ବୋଲି କହି କୌଶଳ କ୍ରମେ ସେଠାରୁ ଫେରାର ହୋଇଯାଇଥିଲେ। ପରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ, ଚାଇଲ୍ଡ ହେଲପ ଲାଇନ୍‌, ସଦର ସିଡିପିଓ ଟାଉନଥାନାରେ ସେମାନଙ୍କୁ ନ ପାଇ ପୁଣି ଶିବମନ୍ଦିରକୁ ଯିବାରେ ଯୁବକ ଜଣକ ନାବାଳିକାଙ୍କୁ ନେଇ ଫେରାର ହୋଇଯାଇଥିବା ଏ ନେଇ କାମାକ୍ଷାନଗର ଉପଜିଲାପାଳ, ତହସିଲଦାର, ଥାନା ଅଧିକାରୀ ଏବଂ ପରଜଙ୍ଗ ଥାନା ଅଧିକାରୀ ଓ ତହସିଲଦାରଙ୍କୁ ଜଣାଯାଇଛି ବୋଲି ସେ କହିଥିଲେ । ବର୍ତମାନ ଘଟଣା ଟି ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।