କାଲିଠୁ ମାଟ୍ରିକ ପରୀକ୍ଷା : ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ

0

କଟକ,୯/୩ : କାଲିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ମାଟ୍ରିକ ସମେଟିଭ ପରୀକ୍ଷା ଦେବେ । ୩୨୧୮ କେନ୍ଦ୍ରରେ ପରୀକ୍ଷା କରାଯିବ। ୩୧୬ଟି ନୋଡାଲ ସେଣ୍ଟର ରହିଥିବାବେଳେ ୨୨ଟି ପୁଲିସ ଷ୍ଟେସନ ରହିଛି। ସମସ୍ତ ଡିଓମାନଙ୍କୁ ତାଲିମ ଦିଆଯାଇଛି। ଏହାସହ ସମସ୍ତ ସେଣ୍ଟର ସୁପରିଣ୍ଡେଣ୍ଟମାନଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି।

ଏନେଇ ବୋର୍ଡ ସଭାପତି ରମାଶିଷ ହାଜରା କହିଛନ୍ତି, ନୋଡାଲ ସେଣ୍ଟରମାନଙ୍କରେ ପରୀକ୍ଷା ପ୍ରଶ୍ନପତ୍ର ପହଂଚି ଯାଇଛି। ପରୀକ୍ଷା ସେଣ୍ଟରମାନଙ୍କରେ ପରୀକ୍ଷା ଦିନ ପହଂଚିବ। ୭୪ଟି ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଥିବବେଳେ ବୋର୍ଡ ପକ୍ଷରୁ ୩୬ଟି ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇ ଜିଲ୍ଲା ପ୍ରଶାସନ ଏସ୍କର୍ଟ କରି ପ୍ରଶ୍ନପତ୍ର ନେଇଯିବେ। ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଏଣେ ସକାଳ ୮ଟା ରୁ ପରୀକ୍ଷା ଆରମ୍ଭ ହେବ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସେଣ୍ଟରରେ ୧ଘଣ୍ଟା ପୂର୍ବରୁ ପହଂଚିବାକୁ ନିର୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ବ୍ଲୁ ଓ ବ୍ଲାକ ପେନ, ପେନସିଲ, ଜ୍ୟାମିତି ବାକ୍ସ ନେଇ ଯାଇପାରିବେ। ସେଣ୍ଟର ଅଧୀକ୍ଷକ ଓ ସମସ୍ତ ଶିଷକ ଶିକ୍ଷୟତ୍ରୀଙ୍କୁ ମୋବାଇଲ ଫ୍ରିଜ କରିବାକୁ ନିର୍ଦେଶ ଦିଆଯାଇଛି। ଖରାକୁ ନଜରରେ ରଖି ପରୀକ୍ଷା ସକାଳେ କରାଯାଉଛି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ପାଇ ପାଣିର ବ୍ୟବସ୍ଥା କରାଯାଇଛି। ଏହାସହ ଟେକ୍ସଟ ବୁକକୁ ଭଲ ଭାବେ ପଢି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ନିହାରରଞ୍ଜନ ମହାନ୍ତି।

SBI AD
Leave A Reply

Your email address will not be published.