କଟକ,୨୦/୩ : ଶେଷ ହେଲା ମାଟ୍ରିକ୍ ପରୀକ୍ଷା । ଅପ୍ରେଲ ୩ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି । ମୋଟ୍ ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ୍ ଖାତା ଦେଖା ହେବ । ତେବେ ଅପ୍ରେଲ ଶେଷ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରମାଶିଷ ହାଜରା ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିଲା । ସୋମବାର ପରୀକ୍ଷା ଶେଷ ହୋଇଛି । ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାତୃଭାଷାରେ ପରୀକ୍ଷା ଦେଇଥିବା ବେଳେ ଶେଷ ଦିନରେ ଛାତ୍ରଛାତ୍ରୀ ଗଣିତ ପରୀକ୍ଷା ଦେଇଛନ୍ତି । ତେବେ ଚଳିତବର୍ଷ ପ୍ରାୟ ସାଢେ ୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ରାଜ୍ୟରେ ମୋଟ୍ ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ହୋଇଥିଲା । ଚଳିତବର୍ଷ ନୂଆ ଫର୍ମାଟ୍ରେ ପରୀକ୍ଷା ହୋଇଛ । ବୋର୍ଡ ପରୀକ୍ଷା ବଦଳରେ ଦୁଇଟି ସମେଟିଭ୍ ଆସେସମେଣ୍ଟ ଟେଷ୍ଟ କରାଯାଇଛି । ଏହାଛଡା ସ୍କୁଲରେ ବି ୨୦ ମାର୍କର ଇଣ୍ଟରନାଲ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ ।
