ମନରେଗା ମଜୁରି ବଢ଼ିଲା

0

ନୂଆଦିଲ୍ଲୀ : ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା (ମନରେଗା)ର ମଜୁରି ଦର କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଏପ୍ରିଲ ୧ରୁ ବର୍ଦ୍ଧିତ ମଜୁରି ଲାଗୁ ହେବ। କାର୍ଯ୍ୟ ଆଧାରରେ ଦୈନିକ ମଜୁରୀ ୭ରୁ ୨୬ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମନରେଗା ଆଇନ ୨୦୦୫ର ଧାରା ୬(୧) ଅନୁଯାୟୀ ସରକାର ମଜୁରି ବୃଦ୍ଧି କରିଛନ୍ତି। ମନରେଗା ଅଧିନରେ ଗ୍ରାମାଞ୍ଚଳ ଲୋକଙ୍କୁ ବର୍ଷକୁ ୧୦୦ ଦିନର କର୍ମ ନିଯୁକ୍ତି ଯୋଗାଇ ଦିଆଯାଉଛି। ହରିୟାଣା ସରକାର ଏହି ଯୋଜନାରେ ପ୍ରତି ଶ୍ରମିକଙ୍କୁ ଦିନକୁ ସର୍ବାଧିକ ୩୫୭ ଟଙ୍କା ମଜୁରି ଦେଉଥିବାବେଳେ ମଧ୍ୟପ୍ରଦେଶ ଛତିଶଗଡ ଭଳି ରାଜ୍ୟରେ ଦିନକୁ ୨୨୧ ଟଙ୍କା ମଜୁରୀ ଦିଆଯାଉଛି।

SBI AD
Leave A Reply

Your email address will not be published.