ତାମିଲନାଡୁରେ ଏଥର ଷ୍ଟାଲିନ୍ ସରକାର

ଚେନ୍ନାଇ, ୩/୫: ଦୀର୍ଘ ଦିନ ପରେ ଷ୍ଟାଲିନ୍‌ଙ୍କ ନେତୃତ୍ବାଧୀନ ଡିଏମ୍‌କେ ପୁଣିଥରେ କ୍ଷମତାକୁ ଫେରିଛି । ଡିଏମ୍‌କେ ମୁଖ୍ୟ ଏମ୍‌ କେ ଷ୍ଟାଲିନ୍‌ କୋଲାଥାପୁର ନିର୍ବାଚନମଣ୍ଡଳୀରେ ବିଜୟୀ ହୋଇଥିବା ବେଳେ ତାଙ୍କ ପୁଅ ଉଦୟନିଧି ଷ୍ଟାଲିନ୍‌ ଚେପକ୍‌ ଥିରୁଭଲ୍ଲିକେନିରେ ବିଜୟୀ ହୋଇଛନ୍ତି । ପ୍ରଥମ ଥର ପାଇଁ ଡିଏମ୍‌କେ ଏବଂ ଏଆଇଏଡିଏମ୍‌କେ ସେମାନଙ୍କ ଟାଣୁଆ ନେତା କେ କରୁଣାନିଧି ଏବଂ ‌ଜେ ଜୟଲଳିତାଙ୍କ ବିନା ସମର୍ଥନରେ ନିର୍ବାଚନ ଲଢିଛନ୍ତି । ଚେପକ୍-ଥିରୁଭଲ୍ଲିକେନି ବିଧାନସଭା ନିର୍ବାଚନମଣ୍ଡଳୀରୁ ଡେଏମକେର ଉଦୟନିଧି ଷ୍ଟାଲିନ୍ ବିଜୟୀ ହୋଇଛନ୍ତି । ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଡିଏମକେ (ଦ୍ରାବିଡା ମୁନ୍ନେଟ୍ରା କାଜଗାମ) ଏବଂ ପିଏମକେ (ପଟ୍ଟାଲି ମକ୍କାଲ କାଚି) ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ।

ଡିଏମକେର ଉଦୟନିଧି ଷ୍ଟାଲିନ୍ ଚେପୁକ୍-ଥିରୁଭାଲିକେନି ନିର୍ବାଚନମଣ୍ଡଳୀରେ ୬୯.୨% ରେ ଜିତିଛନ୍ତି । ଷ୍ଟାଲିନ୍ ଏଠାରୁ ୩୫,୮୮୮ ଖଣ୍ଡରୁ ଅଧିକ ଭୋଟ୍ ପାଇଛନ୍ତି । ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ଚେପୁକ୍-ଥିରୁଭାଲିକେନି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ୍ ଭୋଟରଙ୍କ ସଂଖ୍ୟା ୫୮.୪୧ ପ୍ରତିଶତ ରେକର୍ଡ କରାଯାଇଥିଲା । ନିର୍ବାଚନ କମିସନଙ୍କ କଟକଣା ସତ୍ତ୍ବେ ବିଜୟ ପରେ ଚେନ୍ନାଇ ସ୍ଥିତ ଦଳର ମୁଖ୍ୟାଳୟରେ ଡିଏମ୍‌କେ କର୍ମୀ ଏବଂ ସମର୍ଥକମାନେ ଉତ୍ସବ ପାଳନ କରିଥିଲେ ।

Comments are closed.