କେନ୍ଦ୍ରାପଡା,୨୧ /୧: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିନସ୍ଥ ତିଖିରି ଗ୍ରାମରେ ଚଢ଼ାଉ କରି କେନ୍ଦ୍ରାପଡା ଅବକାରୀ ଟିମ ୧୯ ଲିଟରରୁ ଅଧିକ ଦେଶୀ ମଦ ଜବତ କରିବା ସହିତ ୪ ଜଣ ଙ୍କୁ ଗିରଫ କରିଛି । ଅବକାରୀ ଟିମ ସମ୍ପୃକ୍ତ ଅଂଚଳରେ ଦେଶୀମଦ କାରବାର ବୃଦ୍ଧି ପାଉଥିବାର ଖବର ପାଇଁ ପ୍ରାତଃ ରୁ ଅତର୍କିତ ଚଢ଼ାଉ କରିଥିଲା । ଚଢ଼ାଉବେଳେ ଅବକାରୀ କର୍ମଚାରୀ ମଦ ଜବତ କରିବା ସହିତ ବେଆଇନ ବିକ୍ରେତାଙ୍କୁ କାବୁ କରିଥିଲେ । ଅବକାରୀ ବିଭାଗୀୟ କର୍ମଚାରୀଙ୍କ ନୀରବତା ପାଇଁ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଜନସଂଖ୍ୟା ଅନୁଯାୟୀ ସ୍ୱାସ୍ଥ୍ୟ କର୍ମଚାରୀ, ଛାତ୍ର ଛାତ୍ରୀ ଅନୁପାତରେ ଶିକ୍ଷକ ଭଳି ରାଜସ୍ବ ଲକ୍ଷ୍ୟରେ ମଦ କାଉଣ୍ଟର ଖୋଲୁଥିବା ରାଜ୍ୟ ସରକାର ମଦ୍ୟ ପାନ କାରୀଙ୍କ ସଂଖ୍ୟାନୁପାତିକ ଭାବେ ଅବକାରୀ କର୍ମଚାରୀ ନିଯୁକ୍ତି କରାଇଲେ ବେଆଇନ ମଦ ବେପାରୀଙ୍କ ସଂଖ୍ୟା ରେ ରୋକ ଲାଗି ପାରିବ ବୋଲି ବୁଦ୍ଧିଜୀବୀ ମାନେ ଅଭିମତ ରଖନ୍ତି ।