ମହାକାଳପଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ ଉପନିର୍ବାଚନ ସ୍ଥଗିତ

ମଶାକାଳପଡ଼ା,୧୬ /୪: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ସଦର ମହାକାଳପଡ଼ା ଗ୍ରାମପଂଚାୟତର ନିର୍ବାଚିତ ସରପଞ୍ଚ ୨୦୨୦ ଫେବୃୟାରୀ ମାସରେ ଅନାସ୍ଥା ଭୋଟରେ ପରାଜିତ ହେବା ପରଠୁ ନାଏବ ସାରପଞ୍ଚ ଦାୟିତ୍ୱ ତୁଲାଇ ଆସୁଥିଲେ l ମାତ୍ର କୋଭିଡ ସଂକ୍ରମଣ ମନ୍ଦିତ ହେବାରୁ ସରପଞ୍ଚ ଉପନିର୍ବାଚନ ଘୋଷଣା ହୋଇଥିଲା l ନିର୍ବାଚନ ପ୍ରକ୍ରିୟନୁଯାୟୀ ନାମାଙ୍କନ ପତ୍ର, ଯାଞ୍ଚ, ପ୍ରତ୍ୟାହାର ଦିବସ ପରେ ଦୁଇ ପ୍ରାର୍ଥୀ ନିଜ ନିଜର ନିର୍ବାଚନ ସଂକେତରେ ସଂଖ୍ୟାଧିକ ମୋହର ଦେବା ପାଇଁ ଭୋଟର ମାନଙ୍କୁ ଦ୍ୱାର ଦ୍ୱାର ବୁଲି ଭେଟୁଥିଲେ l ଏପରିକି ୨୮ ତାରିଖ ମତଦାନ ଦିବସ ପାଖେଇ ଆସୁଥିବା ବେଳେ ପ୍ରଚାର ଜୋରଦାର ହୋଇଥିଲା l ମାତ୍ର କରୋନା ସଂକ୍ରମଣର ମାତ୍ରାଧିକ ବୃଦ୍ଧି ଦେଖି ଭୋଟରମାନଙ୍କ ହିତାର୍ଥେ ନିର୍ବାଚନ ସ୍ଥଗିତ ରଖିବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଥିଲା l ତଦନୁଯାୟୀ ଜିଲ୍ଲାପାଳ କେନ୍ଦ୍ରାପଡା ସ୍ଥାନୀୟ ବ୍ଲକକୁ ନିର୍ବାଚନ ସ୍ଥଗିତ ରଖିବାକୁ ପତ୍ର ଜlରିକରିଥିବାର ଜଣାପଡିଛି l ଭୋଟରଙ୍କ ହିତ ଦୃଷ୍ଟିରୁ ସରକାରଙ୍କ ନିଷ୍ପତ୍ତିକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି l

Comments are closed.