ଦୀର୍ଘ ଦିନ ଧରି ଅଙ୍ଗନୱାଡି କର୍ମୀଙ୍କ ଅନୁପସ୍ଥିତିକୁ ନେଇ ବଡୁଛି ସନ୍ଦେହ

ମହାକାଳପଡ଼ା,୭ /୧୦ : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଆଇସିଡ଼ିଏସ କାର୍ଯ୍ୟାଳୟ ଅଧିନସ୍ଥ ବିଜୟନଗର ସେକ୍ଟର ଅନ୍ତର୍ଗତ ବଳିପାଳ ପଂଚାୟତ ବସାଘର ଅଙ୍ଗନୱାଡି କର୍ମୀ ନିଯୁକ୍ତିକୁ ଅବୈଧ ନେଇ ଉଚ୍ଚନ୍ୟାୟlଳୟରେ ମାମଲା ରୁଜୁ ହୋଇଥିଲା l କର୍ମୀ ଭାବେ ନିଯୁକ୍ତି ପାଇଥିବା ମହିଳା ଜାଲ ସାର୍ଟିଫିକେଟ ଦର୍ଶାଇ ଥିବା ନେଇ ନିକଟତମ ପ୍ରତିଦ୍ବନ୍ଦୀ ସ୍ୱାମୀ ପରିତ୍ୟକ୍ତା ମମତା ମଳିକ ଅଭିଯୋଗ ଉଠାଇଥିଲେ l ଯାହାନେଇ ମାମଲା ନ୍ୟାୟାଳୟ ରେ ବିଚରାଧୀନ ଥିବା ବେଳେ କର୍ମୀ କେନ୍ଦ୍ରରୁ ଅନୁପସ୍ଥିତ ଥିଲେ l ଆହୁରି ମଧ୍ୟ ଅଭିଯୋଗ କାରିଣୀକୁ କେଶରୁ ଓହରି ଯିବା ପାଇଁ ନିଯୁକ୍ତ କର୍ମୀଙ୍କ ତରଫରୁ ଆଲୋଚନା ହୋଇଥିଲା l ମାତ୍ର ଅଭିଯୋଗ କାରିଣୀ ଏଥିରେ ସହମତି ନହେବାରୁ କର୍ମୀ କେନ୍ଦ୍ରରୁ ଦୀର୍ଘ ଦିନର ଅନୁପସ୍ଥିତିକୁ ନେଇ ସାଧାରଣରେ ଜାଲିଆତି ନିଯୁକ୍ତି ନେଇ ସନ୍ଦେହ ଘନେଇ ଥିଲା l ଅପରପକ୍ଷରେ ସାଧାରଣ ରେ ଅସନ୍ତୋଷ ଦେଖାଦେବାରୁ ସିଡିପିଓ କାର୍ଯ୍ୟାଳୟ ସୂଚନା ମତେ ଅନ୍ୟ କେନ୍ଦ୍ରର କର୍ମୀ ଅତିରିକ୍ତ ଦାୟିତ୍ୱରେ ରହି ସମ୍ପୃକ୍ତ କାର୍ଯ୍ୟ ନିର୍ବାହ କରୁଥିଲେ l ପରବର୍ତ୍ତୀ ସମୟରେ ଆଇସିଡ଼ିଏସ କର୍ତ୍ତୃପକ୍ଷ ନୂତନ କର୍ମୀ ନିଯୁକ୍ତି ପାଇଁ କେନ୍ଦ୍ରରେ ଵିଜ୍ଞାପନ ଦେବାରୁ ମମତା ମଳିକ ଵିଜ୍ଞାପନ ବିରୁଦ୍ଧରେ ଜିଲ୍ଲା ପାଳଙ୍କୁ ଭେଟି ଅଭିଯୋଗ କରିଥିବାର ଜଣାପଡିଛି l