ରୁଷ ସେନା ଶିବିର ଉପରେ ୟୁକ୍ରେନର କ୍ଷେପଣାସ୍ତ୍ର ମାଡ଼ : ୮୯ ମୃତ

0

କିବ୍,୪/୧ : ରୁଷ ଅଧିକୃତ ଡୋନେସ୍କ ରାଜ୍ୟର ରାଜଧାନୀ ମାକିଭକାରେ ହୋଇଥିବା ୟୁକ୍ରେନର ଭୟଙ୍କର କ୍ଷେପଣାସ୍ତ୍ର ମାଡ଼ରେ ୮୯ ଜଣ ରୁଷ ସୈନ୍ୟକ ମୃତ୍ୟୁ ହୋଇଛି । ଏହି ଘଟଣା ସମଗ୍ର ରୁଷରେ ଆଲୋଡନ ଖେଳାଇ ଦେଇଛି ଓ ରୁଷ ଲୋକଙ୍କ ମଧ୍ୟରେ ଜନମତ ତେଜିବାରେ ଲାଗିଛି । ଏ ସଂପର୍କରେ ରୁଷର ମିଲିଟାରୀ ପକ୍ଷରୁ କୁହାଯାଇଛି ଯେ ରୁଷ ସୈନ୍ୟମାନେ ବେଆଇନ ଭାବେ ମୋବାଇଲ ଫୋନ ବ୍ୟବହାର କରୁଥିବାରୁ ଏପରି ଘଟଣା ଘଟିଲା । କୌଣସି ରୁଷ ସୈନ୍ୟଙ୍କ ମୋବାଇଲ ଫୋନକୁ ଟ୍ରାକ୍ କରି ୟୁକ୍ରେନ ପକ୍ଷରୁ ଏହି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା ବୋଲି ରୁଷ କହିଛି ।

ରବିବାର ଦିନ ହୋଇଥିବା ୟୁକ୍ରେନର କ୍ଷେପଣାସ୍ତ୍ରଟି ଏକ ରୁଷର ଏକ ଅସ୍ଥାୟୀ ସେନା ଶିବିର ଉପରେ ପଡ଼ିଥିଲା । ଫଳରେ ଏତେ ସଂଖ୍ୟକ ସୈନ୍ୟ ମୃତ୍ୟୁବରଣ କରିଛନ୍ତି । ରୁଷ ସୈନ୍ୟମାନେ ଏକ ୟୁକ୍ରେନୀୟ ବୈଷୟିକ କଲେଜକୁ ନିଜର ଅସ୍ଥାୟୀ ଶିବିର କରିଥିଲେ । ସେଠାରେ ହିଁ କ୍ଷେପଣାସ୍ତ୍ରଟି ମାଡ଼ କରିଥିଲା । ଅନ୍ୟପକ୍ଷରେ ବ୍ରିଟିଶ ଗୁଇନ୍ଦା ଅନୁସାରେ ଉକ୍ତ କଲେଜରେ ରୁଷ ପକ୍ଷରୁ ବିପୁଳ ପରିମାଣରେ ବିସ୍ଫୋରକ ରଖାଯାଇଥିଲା । ଏହି କାରଣରୁ ବିସ୍ଫୋରଣର ଆକାର ଏତେ ଭୟାନକ ହୋଇଯାଇଥିଲା ।

 

SBI AD
Leave A Reply

Your email address will not be published.