ପ୍ରେମ ବିବାହର ୨ ମାସ ପରେ ପ୍ରେମିକାକୁ ଛୁରୀ ଭୁସି ହତ୍ୟା କଲା ପ୍ରେମିକ

ମଧ୍ୟପ୍ରଦେଶର,୨୮/୧୦: ଇନ୍ଦୋରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଅଗଷ୍ଟ ମାସରେ ବିବାହ କରିଥିବା ପ୍ରେମିକାକୁ ପ୍ରେମିକ ଛୁରୀ ଭୁସି ହତ୍ୟା କରିଥିବାର ଏକ ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଲକଡାଉନ ଜାରି ହୋଇଥିଲା। ଏହି ସମୟରେ ଇନ୍ଦୋରର ସୟୋଗିତାଗଞ୍ଜ ପୁଲିସ ଷ୍ଟେସନ ଅଞ୍ଚଳର ଜାଭାରା କମ୍ପାଉଣ୍ଡରେ ବସବାସ କରୁଥିବା ଅନସୁଙ୍କର ଜଣେ ଯୁବତୀଙ୍କ ସହିତ ବନ୍ଧୁତା ହୋଇଥିଲା। ବନ୍ଧୁତାର କିଛି ମାସ ପରେ ଅଗଷ୍ଟ ମାସରେ ଦୁହିଁଙ୍କ ବିବାହ ହୋଇଥିଲା। ବିବାହ ପରେ ପାରିବାରିକ ସମସ୍ୟା ନେଇ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇ ଯାଇଥିଲା।

ଗତ ମଙ୍ଗଳବାର ରାତିରେ ଦୁହିଁଙ୍କ ମଧ୍ୟରେ ଏହି ବିବାଦ ଏତେ ବୃଦ୍ଧି ପାଇଥିଲା ଯେ ପ୍ରେମିକ ଅନସୁ ପ୍ରେମିକା ଗଳାକୁ କୁକୁର ବନ୍ଧା ‌ଚେନର ଚାପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏଥିରେ ସଫଳ ନ ହେବାରୁ ସେ ରୋଷେଇ ଘରୁ ଏକ ଛୁରୀ ଆଣି ପତ୍ନୀଙ୍କୁ ଭୁସି ହତ୍ୟା କରିଥିଲେ। ଏହାପରେ ଅଭିଯୁକ୍ତ ପ୍ରେମିକ ପୁଲିସ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ପୁଲିସ ଏହି ହତ୍ୟା ଘଟଣା ସମ୍ପର୍କରେ ଖବର ପାଇ ମୃତଦେହକୁ ଜବତ କରି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।