ରାକ୍ଷୀ ସାୱନ୍ତଙ୍କୁ ସାହା ହେଲେ ମୁକେଶ ଅମ୍ବାନୀ

0

ମୁମ୍ବାଇ,୧୮/୧ : ବଲିଉଡ଼ କ୍ବିନ୍‌ ରାକ୍ଷୀ ସାୱନ୍ତ ତାଙ୍କ ମାଆଙ୍କ ଅସୁସ୍ଥତାକୁ ନେଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । କର୍କଟ ରୋଗ ପରେ ରାକ୍ଷୀଙ୍କ ମାଆଙ୍କୁ ଏବେ ବ୍ରେନ୍‌ ଟ୍ୟୁମର ହୋଇଛି ଏବଂ ସେ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି। ନିକଟରେ ରାକ୍ଷୀ ତାଙ୍କ ମାଆଙ୍କ ରୋଗ ବିଷୟରେ ପ୍ରକାଶ କରି କହିଛନ୍ତି ଯେ, ମୁକେଶ ଅମ୍ବାନୀ ତାଙ୍କ ମାଆଙ୍କ ଚିକିତ୍ସାରେ ସାହାଯ୍ୟ କରୁଛନ୍ତି।

ଆହୁରି ମଧ୍ୟ ରାକ୍ଷୀ କହିଛନ୍ତି, ‘‘ମୋ ମାଆ କାହାକୁ ଚିହ୍ନି ପାରୁ ନାହାନ୍ତି । ସେ ଠିକ୍‌ରେ​‌ ଖାଇ ମଧ୍ୟ ପାରୁ ନାହାନ୍ତି। ତାଙ୍କ ଅର୍ଦ୍ଧାଧିକ ଶରୀର ଅଚଳ ହୋଇଯାଇଛି’’। ଆଗକୁ ଭାବପ୍ରବଣ ହୋଇ ରାକ୍ଷୀ କହିଛନ୍ତି, ‘‘ମୁଁ ଅମ୍ବାନୀ ମହାଶୟଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ସେ ମୋ ମାଆଙ୍କ ଚିକିତ୍ସାରେ ସାହାଯ୍ୟ କରୁଛନ୍ତି। ହସ୍ପିଟାଲର ମହଙ୍ଗା ଚିକିତ୍ସା ମୋ ପାଇଁ କମ୍‌ କରାଇ ଦେଉଛନ୍ତି’’। ରାକ୍ଷୀଙ୍କ ଏହି ଭିଡଓ ଦେଖି ସମସ୍ତେ ତାଙ୍କ ମାଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

SBI AD
Leave A Reply

Your email address will not be published.