ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାର ଗୁରୁବାର ସହାୟତା ରାଶି ଘୋଷଣା କରିଛନ୍ତି । ସାମ୍ବାଦିକମାନଙ୍କୁ ୪ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯିବ। ସେହିଭଳି ଡିଏମ୍ଇଟି ଅନୁମୋଦନରେ ଦୁରାରୋଗ୍ୟ ବେମାରି ପାଇଁ ୨ଲକ୍ଷରୁ ଅଧିକ ସ୍ବାସ୍ଥ୍ୟ ବୀମା ରାଶି ସହାୟତା ମିଳିବ।
୩{55b2cb0b7f4cf03245de454bbd162b8e7d4a9ea8ccad709ce42dafdc0d7cbddb} ସୁଧରେ ୨୫ ଲକ୍ଷ ପର୍ଯ୍ୟନ୍ତ ଗୃହ ଋଣ, ଚାରି ଚକିଆ ଗାଡ଼ି ପାଇଁ ୪ଲକ୍ଷ ପର୍ଯ୍ୟନ୍ତ ଋଣ, ଦୁଇ ଚକିଆ ଗାଡି ପାଇଁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। କାର୍ଯ୍ୟ ଅକ୍ଷମ ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସମେତ କାର୍ଯ୍ୟ ଅକ୍ଷମ ସାମ୍ବାଦିକମାନଙ୍କ ପିଲାଙ୍କ ପାଇଁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୫୦୦ ଓ ଉଚ୍ଚତର ଶିକ୍ଷା ପାଇଁ ୨୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। କାର୍ଯରତ ସାମ୍ବାଦିକଙ୍କୁ ଆଇଆଇଏମ୍ଏସ୍ରେ ପ୍ରଶିକ୍ଷଣ ପାଇଁ ୧୦,୦୦୦ ଟଙ୍କା ସହାୟତା ପ୍ରଦାନ ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି।