୨ଜଣଙ୍କୁ ନୂଆ ଦାୟିତ୍ୱ ଦେଲେ ନବୀନ

ବିଜୁ ଜନତାଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ୨ଜଣ ଦଳୀୟ କର୍ମୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ରାଜ୍ୟ ଅନୁସୂଚିତ ଜାତି ସାମୁଖ୍ୟର ସାଧାରଣ ସମ୍ପାଦକ ଭାବେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିକାଶ କୁମାର ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଛି। ଏ ନେଇ ବିଜେଡି ଅନୁସୂଚିତ ଜାତି ସାମୁଖ୍ୟର ରାଜ୍ୟ ଆବାହକ ବିଷ୍ଣୁଚରଣ ଦାସ ସୂଚନା ଦେଇଛନ୍ତି।
ସେହିଭଳି ମୟୂରଭଞ୍ଜ ଜିଲା କମିଟିର ଉପସଭାପତି ଭାବେ ବଡ଼ସାହୀ ନିର୍ବାଚନ ମଣ୍ଡଳୀର ପ୍ରଭାତ କୁମାର ଜେନା ନିଯୁକ୍ତ ହୋଇଛନ୍ତି। ଏ ନେଇ ଦଳର ରାଜ୍ୟ ସମ୍ପାଦକ ବିଜୟ କୁମାର ନାୟକ ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି।