୨ଜଣଙ୍କୁ ନୂଆ ଦାୟିତ୍ୱ ଦେଲେ ନବୀନ

0

ବିଜୁ ଜନତାଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ୨ଜଣ ଦଳୀୟ କର୍ମୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ରାଜ୍ୟ ଅନୁସୂଚିତ ଜାତି ସାମୁଖ୍ୟର ସାଧାରଣ ସମ୍ପାଦକ ଭାବେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିକାଶ କୁମାର ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଛି। ଏ ନେଇ ବିଜେଡି ଅନୁସୂଚିତ ଜାତି ସାମୁଖ୍ୟର ରାଜ୍ୟ ଆବାହକ ବିଷ୍ଣୁଚରଣ ଦାସ ସୂଚନା ଦେଇଛନ୍ତି।
ସେହିଭଳି ମୟୂରଭଞ୍ଜ ଜିଲା କମିଟିର ଉପସଭାପତି ଭାବେ ବଡ଼ସାହୀ ନିର୍ବାଚନ ମଣ୍ଡଳୀର ପ୍ରଭାତ କୁମାର ଜେନା ନିଯୁକ୍ତ ହୋଇଛନ୍ତି। ଏ ନେଇ ଦଳର ରାଜ୍ୟ ସମ୍ପାଦକ ବିଜୟ କୁମାର ନାୟକ ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି।

Leave A Reply

Your email address will not be published.