ଭୁବନେଶ୍ୱର : କରୋନା ମୁକାବିଲାରେ ଆମକୁ ସତର୍କ ରହିବାକୁ ପଡ଼ିବ । ଜୁନ ମାସ ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ଏହି ୨୫ ଦିନ ଅଧିକ ସତର୍କ ରହିଲେ କରୋନାରୁ ମୁକୁଳି ହେବ ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ୨୫ ଦିନ ବହୁ ଗୁରୁତ୍ୱପୂର୍ଣ୍ଣ । ଏହା ସହିତ କରୋନା ବିରୋଧୀ ଲଢ଼େଇରେ ଜିତିବା ପାଇଁ ରାଜ୍ୟବାସୀଙ୍କୁ ୫ଟି ସୂତ୍ର କହିଲେ ମୁଖ୍ୟମନ୍ତ୍ରୀ ।
୧- ଘରେ ରୁହନ୍ତୁ, ଅତି ଜରୁରୀ କାମ ନଥିଲେ ବାହାରକୁ ଯାଆନ୍ତୁ ନାର୍ହି ।
୨- ବାହାରକୁ ଯିବାବେଳେ ମୁହଁରେ ମାସ୍କ ନିଶ୍ଚୟ ପିନ୍ଧନ୍ତୁ ।
୩- ସବୁ ସ୍ଥାନରେ ସାମାଜିକ ଦୂରତ୍ୱ ପାଳନ କରନ୍ତୁ ।
୪- ଘରକୁ ଫେରିବା ପରେ ଭଲଭାବେ ୨୦ସେକେଣ୍ଡ ପର୍ଯ୍ୟନ୍ତ ସାବୁନରେ ହାତ ନିଶ୍ଚୟ ଧୁଅନ୍ତୁ ।
୫- ୬୫ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ରୋଗାକ୍ରାନ୍ତ ବ୍ୟକ୍ତି, ଗର୍ଭବତୀ ଓ ୧୦ବର୍ଷରୁ କମ୍ ଶିଶୁଙ୍କୁ କେବେବି ବାହାରକୁ ଛାଡ଼ନ୍ତୁ ନାହିଁ ।
ଏହି ୫ଟି ପରାମର୍ଶ ସହ ଜୁନ୍ ମାସରେ ୧୭ଦିନ ଘରେ ରହିଲେ କରୋନା ସଂକ୍ରମଣକୁ ହ୍ରାସ କରିହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରତିଦିନ ରାତି ୭ଟାରୁ ଭୋର ୫ଟା ପୁରା ୧୦ଘଣ୍ଟା କର୍ଫ୍ୟୁ ହେଉଛି । ତେଣୁ ସଟଡାଉନ୍ ଓ କର୍ଫ୍ୟୁ ମିଶି ଜୁନ୍ ମାସରେ ପୁରା ୧୭ଦିନ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅପିଲ କରିଛନ୍ତି । ଏହାସହିତ ସରକାରଙ୍କ ଲକ ଡାଉନ-ସଟ ଡାଉନ୍ ସରିଲେ ମଧ୍ୟ କରୋନା ସରିନି । ତେଣୁ ସମସ୍ତେ ଯଦି ‘ସେଲଫ୍ ଲକଡାଉନ୍’ରେ ରହିବେ ତା’ହେଲେ କରୋନାକୁ ନିୟନ୍ତ୍ରଣ କରିହେବ ।