ବର୍ଦ୍ଧିତ ଦରମା ନେବେନି ନବୀନ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ବର, ୧୩/୧୨ : ବର୍ଦ୍ଧିତ ଦରମା ନେବେନି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଲେ ନବୀନ । ବର୍ଦ୍ଧିତ ଦରମାକୁ ଗରିବ କଲ୍ୟାଣ ପାଇଁ ଖର୍ଚ୍ଚ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି। ଏହା ପୂର୍ବରୁ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ଭୁବନେଶ୍ବରର ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ବର୍ଦ୍ଧିତ ଦରମା ନେବାକୁ ମନା କରିଥିଲେ । ବାବୁ ସିଂ କହିଥିଲେ ତାଙ୍କର ବର୍ଦ୍ଧିତ ଦରମା ଗରିବ କଲ୍ୟାଣ ପାଇଁ ସେ ଖର୍ଚ୍ଚ କରିବେ ।