ରାହୁଲ ଛାଡ଼ିବେ ସରକାରୀ ବାସଭବନ : ଏହି ଘର ସହ ମୋର ଅନେକ ମଧୁର ସ୍ମୃତି ଜଡ଼ିତ

ନୂଆଦିଲ୍ଲୀ ୨୮/୦୩ : ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ଷୋମବାର ଦିନ ରାହୁଲଙ୍କୁ ତାଙ୍କ ସରକାରୀ ବାସଭବନ ଛାଡ଼ିବା ପାଇଁ ନୋଟିସ୍‌ ଦିଆଯାଇଛି। ଏପ୍ରିଲ ୨୨ ସୁଦ୍ଧା ରାହୁଲ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ଲୋକସଭା ହାଉସିଂ କମିଟି ପକ୍ଷରୁ ନୋଟିସ୍‌ ଦିଆଯାଇଛି।

ଷୋମବାର ରାହୁଲଙ୍କୁ ନୋଟିସ୍‌ ମିଳିବା ପରେ ରାହୁଲ ଗାନ୍ଧୀ ମଙ୍ଗବାର ଲେଖିଛନ୍ତି ଯେ, ‘ଗତ ଚାରିଟି କାର୍ଯ୍ୟକାଳ ମଧ୍ୟରେ ଲୋକସଭାର ଜଣେ ନିର୍ବାଚିତ ସଦସ୍ୟ ଭାବରେ ମୋର ଏଠାରେ ଅନେକ ମଧୁର ସ୍ମୃତି ରହିଛି।’ ସେ ଆହୁରି ବି କହିଛନ୍ତି କି ଆପଣ ଚିଠିରେ ଉଲ୍ଲେଖ କରିଥିବା ସର୍ତ୍ତାବଳୀକୁ ମୁଁ ପାଳନ କରିବି।

୨୦୦୪ ମସିହାରେ ପ୍ରଥମେ ସାଂସଦ ହୋଇଥିବା ରାହୁଲ ଗାନ୍ଧୀ ୨୦୦୫ ମସିହାରୁ ଏହି ବାସଭବନରେ ଥିଲେ। ଗୁଜୁରାଟର ଏକ କୋର୍ଟ ତାଙ୍କୁ “ମୋଦୀ ସାଙ୍ଗିଆ” ମନ୍ତବ୍ୟ ସହ ଜଡିତ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିବାର ଗୋଟିଏ ଦିନ ପରେ ରାହୁଲଙ୍କୁ ସାଂସଦ ଭାବରେ ଅଯୋଗ୍ୟ କରାଯାଇଥିଲା ଏବଂ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହାଛଡ଼ା ଷୋମବାର ତ‌ାଙ୍କୁ ସରକାରୀ ବାସଭବନ ଛାଡ଼ିବାକୁ ନୋଟିସ୍‌ ଦିଆ ଯାଇଥିଲା।

ତାଙ୍କର ଅଯୋଗ୍ୟ ହେବାର ଦୁଇ ଦିନ ପରେ ଲୋକସଭା ଗୃହ ପ୍ୟାନେଲରୁ ବହିଷ୍କାର ନୋଟିସ ଆସିଥିଲା। ଗୁଜୁରାଟ କୋର୍ଟର ରାୟ ବିରୋଧରେ ଏକ ଆବେଦନ କରିବେ ବୋଲି କଂଗ୍ରେସ ନେତା ରାହୁଲ କହିଛନ୍ତି। ତାଙ୍କୁ ଆବେଦନ କରିବାକୁ ୩୦ ଦିନ ସମୟ ଦିଆଯାଇଛି।