ସୁମାତ୍ରା : ଇଣ୍ଡୋନେସିଆରେ ଭୂମିକମ୍ପ ଅନୁଭୂତ ହୋଇଛି। ୟୁଏସ୍ ଜିୟୋଲଜିକାଲ ସର୍ଭେ ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ଥିବାର ସୂଚିତ କରିଛନ୍ତି। ଭୂମିକମ୍ପ ଯୋଗୁ ସେଭଳି କୌଣସି କ୍ଷୟକ୍ଷତିର ସୂଚନା ମିଳି ନାହିଁ। ପଶ୍ଚିମ ଇଣ୍ଡୋନେସିଆରେ ଅନୁଭୂତ ହୋଇଥିବା କମ୍ପନ କେନ୍ଦ୍ର ସୁମାତ୍ରା ଦ୍ୱୀପର ଦକ୍ଷିଣ-ପଶ୍ଚିମ ଦିଗରେ ଥିବା ବେଙ୍ଗକୁଲୁ ସହରର ୨୧୭ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା।
ଭୂ-ପୃଷ୍ଠରୁ ୧୦ କିଲୋମିଟର ଗଭୀରରେ ସୃଷ୍ଟି ହୋଇଥିବା କମ୍ପନ ଯୋଗୁ ସୁନାମୀ ଆଶଙ୍କା ନଥିବା କୁହାଯାଇଛି। ଇଣ୍ଡୋନେସିଆ ପାଣିପାଗ ବିଭାଗ ସୁନାମୀର ଆଶଙ୍କା ନଥିବାରୁ ସେପରି କୌଣସି ସୂଚନା ଜାରି କରିନଥିବା କହିଛନ୍ତି। ତେବେ ଭୂମିକମ୍ପ ପରେ ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳରେ ରହିବାକୁ ପରାମର୍ଶ ଦିଆଯାଇଛି।