ଭୁବନେଶ୍ଵର, ୮/୮ : ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରୁ ଆଜି ଆଉ ୧୬୪୩ କରୋନା ପଜିଟିଭ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୦୧୮ କ୍ୱାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୬୨୫ ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ୧୬୪୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ୧୯୩ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୬ ଲକ୍ଷ ୩୪ ହଜାର ୯୦ ଟି ନମୂନା ପରୀକ୍ଷଣ କରାଯାଇଥିବା ବେଳେ ୪୪ ହଜାର ୧୯୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୨୮ ହଜାର ୬୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୫୯ ଜଣ ଆକ୍ରାନ୍ତଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୪୮ ଜଣ ଆକ୍ରାନ୍ତଙ୍କ ଅନ୍ୟରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୫ ହଜାର ୧୮୯ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।