ବଜାରକୁ ଆସିଲା ଦେଶର ସବୁଠୁ ଲୋକପ୍ରିୟ କାର୍‌ ଇନୋଭା କ୍ରିଷ୍ଟାର ନୂଆ ମଡେଲ

0

ନୂଆଦିଲ୍ଲୀ : ଦେଶର ସବୁଠୁ ଲୋକପ୍ରିୟ କାର୍‌ ହେଉଛି ଟୋୟୋଟା ଇନୋଭା କ୍ରିଷ୍ଟା। ଏହା କେବଳ ଯେ ପ୍ରାଇଭେଟ୍‌ ଗ୍ରାହକଙ୍କ ନୁହେଁ ବରଂ କର୍ପୋରେଟ୍‌ ଏବଂ ଟ୍ୟାକ୍ସି ଅପରେଟରଙ୍କ ମଧ୍ୟ ଖୁବ୍ ପସନ୍ଦ। ଅଧିକ ପାସେଞ୍ଜର କ୍ଷମତା, ଏହାର ଇଞ୍ଜିନ୍, ଏବଂ ଫିଚର୍ସ ପାଇଁ ଖୁବ୍ ଲୋକପ୍ରିୟ ହୋଇପାରିଛି। ତେବେ ଟୋୟାଟା ପୁଣି ଥରେ ଏହି ଲୋକପ୍ରିୟ କାର୍‌ର ନୂଆ ମଡେଲ୍‌ ଲଞ୍ଚ କରିଛି। ଆକର୍ଷଣୀୟ ଲୁକ୍‌ ଏବଂ ଦମ୍ ଦାର୍‌ ଇଞ୍ଜିନ୍‌ ସହ ଚାରି ଭାରିଏଣ୍ଟରେ ଲଞ୍ଚ ହୋଇଛି ଇନୋଭ କ୍ରିଷ୍ଟାର ଅପଡେଟେଡ ମଡେଲ।

ଏଭଳି ରହିଛି ଇଞ୍ଜିନ୍‌ କ୍ଷମତା : ଟୋୟାଟାର ଏହି କାର୍‌ରେ ୨.୪ ଲିଟର କ୍ଷମତା ବିଶିଷ୍ଟ ଡିଜେଲ୍‌ ଇଞ୍ଜିନ୍ ବ୍ୟବହାର କରାଯାଇଚି ଯାହାକି ୧୫୦ପିଏସ ପାଓ୍ବାର ଏବଂ ୩୪୩ Nm ଟର୍କ ଉତ୍ପନ୍ନ କରିଥାଏ। ଇଞ୍ଜିନ୍‌କୁ ୫-ସ୍ପିଡ୍‌ ମାନୁଆଲ ଟ୍ରାନ୍ସମିସନ ଗିୟରବକ୍ସ ସହ ଯୋଡ଼ା ଯାଇଛି। ସୂଚନାଥାଉ ଗତ ବର୍ଷ କମ୍ପାନି ୨.୪ ଲିଟର ଡିଜେଲ ଭାରିଆଣ୍ଟକୁ ବନ୍ଦ କରିଥିଲା ଏବଂ କେବଳ ୨.୭ ଲିଟର ପେଟ୍ରୋଲ ଇଞ୍ଜିନ୍‌ ସହ ବିକ୍ରି ହେଉଥିଲା। ଏବେ ପୁଣି ଥରେ ଏହାର ୨.୪ ଲିଟର ଡିଜେଲ ଇଞ୍ଜିନ୍‌କୁ ବଜାରରେ ଓହ୍ଲାଇବାକୁ ଯାଉଛି।

ଆଡଭାନ୍ସ ଇନଫୋଟେନ୍‌ମେଣ୍ଟ ସିଷ୍ଟମ : ନୂଆ ଇନୋଭା କ୍ରିଷ୍ଟାରେ କମ୍ପାନୀ ଆପ୍ପଲ କାର୍‌ପ୍ଲେ ଏବଂ ଆଣ୍ଡ୍ରଏଡ୍‌ ଅଟୋ କନେକ୍ଟିଭିଟି ସହ ୮ ଇଞ୍ଚର ଟଚ୍‌ସ୍କ୍ରିନ୍‌ ସ୍ମାର୍ଟ ପ୍ଲେକାଷ୍ଟ ଇନଫୋଟେନ୍‌ମେଣ୍ଟ୍‌ ସିଷ୍ଟମ ଦିଆଯାଇଛି। ଏହା ବ୍ୟତୀତ ଆଠ ପ୍ରକାରର ପାଓ୍ବାର ଆଡଜଷ୍ଟଏବୁଲ ଡ୍ରାଇଭର ସିଟ୍‌, ଡିଜିଟାଲ ଡିସପ୍ଲେ ସହ ଅଟୋମେଟିକ୍‌ ଏସି, ସ୍ମାର୍ଟ ଏଣ୍ଟ୍ରି, ସିଟ୍‌ ବ୍ୟାକ୍ ଟେବଲ, ଟିଏଫଟି ମଲ୍ଟି-ଇନଫୋ ଡିସପ୍ଳେ ମଧ୍ୟ ରହିଛି। କାର୍‌ରେ ୭ ଏୟାରବ୍ୟାଗ୍, ପାର୍କିଂ ସେନ୍ସର, ଏବିଏସ ବ୍ରେକିଂ ସିଷ୍ଟମ ଭଳି ଫିଚର୍ସ ରହିଛି।

ଲୁକ୍‌ ଏବଂ ଦାମ୍‌ : ଟୋୟୋଟା ଇନୋଭା କ୍ରିଷ୍ଟାର ନୂଆ ଡିଜାଇନରେ ଇଞ୍ଜିନ୍‌ ଗ୍ରୀଲ ପୂର୍ବ ଅପେକ୍ଷା ବଡ଼ ରହିଛି। ଏହା ବ୍ୟତୀତ ଫଗ୍‌ ଲ୍ୟାମ୍ପ୍‌ ଏବଂ ଲୋୟର ଇଣ୍ଟେକ୍‌ରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। କାର୍‌ର ବାହାର ଡିଜାଇନ୍ ଆପାତତଃ ପୁରୁଣା ମଡେଲ ପରି ରହିଛି। ସମୁଦାୟ ପାଞ୍ଚ ରଙ୍ଗରେ କାର୍ ଉପଲବ୍ଧ। କାର୍‌ର ଚାରି ଭାରିଏଣ୍ଟରେ ଜୀ, ଜିଏକ୍ସ, ଭିଏକ୍ସ ଏବଂ ଜେଡ୍‌ଏକ୍ସ ରହିଛି। କାର୍‌ର ଦାମ୍‌ ୧୯.୧୩ ଲକ୍ଷ (ଏକ୍ସ-ଶୋରୁମ୍‌) ରହିଛି। ଏହା ବର୍ତ୍ତମାନର ଇନୋଭା ହାଇକ୍ରସ୍‌ ସହ ବିକ୍ରି ହେବ।

SBI AD
Leave A Reply

Your email address will not be published.