ଏ ବର୍ଷ ବଢିବନି ବିଦ୍ୟୁତ ଦର, ଡିଜିଟାଲ ପେମେଣ୍ଟ କଲେ ମିଳିବ ରିହାତି

0

ଭୁବନେଶ୍ୱର,୨୩/୩ : ଏ ବର୍ଷ ବଢିବ ନାହିଁ ବିଦ୍ୟୁତ ଦର । ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି । ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିଥିବାବେଳେ ୫୦ରୁ ୨୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୪ ଟଙ୍କା, ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ଦର ୫ଟଙ୍କା ୮୦ ପଇସା, ୪୦୦ ୟୁନିଟରୁ ଅଧିକ ପାଇଁ ୟୁନିଟ ପିଛା ଦର ୬ଟଙ୍କା ୨୦ ପଇସା ସ୍ଥିର କରାଯାଇଛି ।

ଘରୋଇ ଉପଭୋକ୍ତା ଡିଜିଟାଲ ପେମେଣ୍ଟ କଲେ ୩ ପ୍ରତିଶତ ବଦଳରେ ୪ ପ୍ରତିଶତ ରିହାତି ମିଳିବ। ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ ପାଇଁ ୟୁନିଟ ପିଛା ୧୦ ପଇସା ରିହାତି ମିଳିବ। ସେହିଭଳି ରେଳ ମନ୍ତ୍ରାଳୟକୁ ରେଳ କ୍ଷେତ୍ରର ବିକାଶ ପାଇଁ ୟୁନିଟ ପିଛା ୨୫ ପଇସା ରିହାତି ଦିଆଯିବ। ସେହିପରି ବଡ ନିଷ୍ପତ୍ତି ଭାବରେ ବିଳମ୍ବରେ ବିଲ ପୈଠ କଲେ ଯେଉଁ ପେନାଲଟି ବା ଜରିମାନା ପଡୁଥିଲା ତାହାକୁ ଛାଡ କରିଦିଆଯାଇଛି ।

SBI AD
Leave A Reply

Your email address will not be published.