ଓଡ଼ିଆ ନବବର୍ଷ ଉତ୍ସବ “ସୁରତାଲ” ଧୁମ ଧାମରେ ପାଳିତ

0

ଭୁବନେଶ୍ୱର : ପବିତ୍ର ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ପୋଖରୀପୁଟ ସ୍ଥିତ ଅନନ୍ତବିହାର ସୋସିଆଲ ୱେଲଫେୟାର ଆସୋସିଏସନ ଆନୁକୂଲ୍ୟରେ ଅନନ୍ତବିହାର ଵିଡିଏ ପାର୍କ ମଧ୍ୟରେ ଓଡ଼ିଆ ନବବର୍ଷ ଉତ୍ସବ “ସୁରତାଲ” ଧୁମ ଧାମରେ ପାଳିତ ହୋଇଯାଇଛି I ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡିଶା ରାଜ୍ୟ ସରକାରଙ୍କର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ,ସମ୍ମାନିତ ଅତିଥି ଭାବେ ପୋଖରୀପୁଟ ର ବିଶିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ହୃଦୟ ବଲ୍ଲବ ସାମନ୍ତରାୟ , ଅନନ୍ତବିହାର ସୋସିଆଲ ୱେଲଫେୟାର ଆସୋସିଏସନର ସଭାପତି ଶ୍ରୀଯୁକ୍ତ ଅମଳେନ୍ଦୁ ଶତପଥୀ ଓ ସମ୍ପାଦକ ଶ୍ରୀଯୁକ୍ତ ଦିଗମ୍ବର ସାହୁ ,ସ୍ଥାନୀୟ ସାଂସ୍କୃତିକ ଅନୁଷ୍ଠାନ ସାଧନା ଆର୍ଟ ଆଣ୍ଡ କଲଚର ର ଅଧକ୍ଷ ଗୁରୁ ଶ୍ରୀଯୁକ୍ତ ସୁଧାଂଶୁ ବିଶ୍ୱାଳ ଓ ଯୁଗ୍ମସମ୍ପାଦକ ଶ୍ରୀମତୀ ମମତା ପାଟ୍ଟଶାଣୀ ଯୋଗଦେଇଥିଲେ .ଏହି ଉତ୍ସବରେ ସାଧନା ଆର୍ଟ ଆଣ୍ଡ କଲଚର ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପାରମ୍ପରିକ ନୃତ୍ୟ ଓ ସଂଗୀତ ପରିବେଷିତ ହୋଇଥିଲା,ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଟିକୁ ଉପସ୍ଥାପନା କରିଥିଲେ ଗୀତିକାର କୁମାର ଲିଟନ ଓ ସମ୍ପୂର୍ଣ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ ଲଷ୍ମୀପ୍ରିୟା ସେଠୀ ,ମୋନାଲିଶା ରଥ ,ସରୋଜ କୁମାର ମିଶ୍ର,ଶୁଭେନ୍ଦୁ ବିଶ୍ୱାଳ,ସୁଲୋଚନା ଜେନା ,କାଦମ୍ବିନୀ ବିଶ୍ୱାଳ,ପଦ୍ମଜା ମିଶ୍ର,ସସ୍ମିତା ପଟ୍ଟନାୟକ ,ସତ୍ୟଜିତ ପ୍ରଧାନ,ସୁଶାନ୍ତ କୁମାର ଷଡ଼ଙ୍ଗୀ I

SBI AD
Leave A Reply

Your email address will not be published.