ଭୁବନେଶ୍ୱର, ୧୧/୬: ରଜ ପର୍ବକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାତ୍ରୀକାଳିନ କର୍ଫୁରେ ହେବ ସାମାନ୍ୟ କୋହଳ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଆଗକୁ ରଜ ଥିବାରୁ ସମସ୍ତଙ୍କୁ ରଜ ପର୍ବର ପୂର୍ବ ପ୍ରସ୍ତୁତି କରିବା ପାଇଁ କରୋନା କଟକଣାକୁ ସାମାନ୍ୟ କୋହଳ କରାଯାଇଛି । କେବଳ ଶୁକ୍ରବାର ଦିନ ଅର୍ଥାତ ୧୨ ତାରିଖ ଦିନ ଏହାକୁ କୋହଳ କରାଯାଇଛି । ରଜ ପର୍ବ ପାଇଁ ସରକାର କର୍ଫ୍ୟୁ କଟକଣା କୋହଳ କରିଛନ୍ତି । ଶୁକ୍ରବାର ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟାରୁ ରାତ୍ରିକାଳିନ କର୍ଫ୍ୟୁ ଲାଗୁ ହେବ ବୋଲି ସୂଚନା ଜାରି କରାଯାଇଛି । ରାତି ୧୦ଟାରୁ କର୍ଫ୍ୟୁ ଲାଗୁ ନେଇ ଏସଆରସି ସୂଚନା ଦେଇଛନ୍ତି ।