ଋଷିକୂଲ୍ୟା ମୁହାଁଣରେ ଅଲିଭ ରିଡେଲଙ୍କ ଅଣ୍ଡା ଦାନ

0

ବ୍ରହ୍ମପୁର,୨୭/୨ : ଋଷିକୂଲ୍ୟା ମୁହାଁଣରେ ଅଲିଭ ରିଡଲ କଇଁଛଙ୍କ ଅଣ୍ଡା ଦାନ। ଗତ ୪ ଦିନ ମଧ୍ୟରେ ୫,୫୭,୮୮୦ ଅଣ୍ଡା ଦାନ ହୋଇଥିବା ଜଣାପଡିଛି । ଚଳିତ ବର୍ଷ ସମସ୍ତ ରେକର୍ଡ ଭାଙ୍ଗି ସର୍ବକାଳୀନ ରେକର୍ଡ ହୋଇଛି । ଆହୁରି ଦୁଇ ତିନି ଦିନ ଚାଲିବ ଅଣ୍ଡା ଦାନ । ଋଷିକୂଲ୍ୟା ମୁହାଣରେ ହଜାର ହଜାର ଅଲିଭ ରିଡେଲ କଇଁଛ ଅଣ୍ଡା ଦାନ କରୁଛନ୍ତି ।

୨୦୨୨ରେ ମାର୍ଚ୍ଚରେ ଅଣ୍ଡା ଦାନ ହୋଇଥିବା ବେଳେ ଚଳିତ ବର୍ଷ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଫେବୃଆରୀ ମାସରେ ଅଣ୍ଡା ଦାନ ହୋଇଛି ବୋଲି ଡିଏଫଓ କହିଛନ୍ତି । କଇଁଛଙ୍କ ସୁରକ୍ଷିତ ଅଣ୍ଡା ଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

SBI AD
Leave A Reply

Your email address will not be published.