ଭୁବନେଶ୍ୱର, ୦୯/୦୫ : ଭାରତ-ପାକ୍ ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁରକ୍ଷା କଡ଼ାକଡ଼ି କରାଯାଇଛି । ପାରାଦୀପରେ ହାଇ ଆଲର୍ଟ। ବଢ଼ିଲା ପାରାଦୀପ ବନ୍ଦର ସୁରକ୍ଷା। ଉତ୍ତେଜନାକୁ ଦୃଷ୍ଟିରେ ରଖି ବଢ଼ିଲା ବନ୍ଦର ସୁରକ୍ଷା। କଳିଙ୍ଗ ଟିଭିକୁ ସୂଚନା ଦେଲେ ପାରାଦ୍ବୀପ ପୋର୍ଟ ଅଧ୍ୟକ୍ଷ। ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଯାଇଛି। ସୁରକ୍ଷା ସ୍ତର ବୃଦ୍ଧି ସହ ସବୁ ଜାହାଜ ଉପରେ ନଜର ରଖାଯାଇଛି। ସୁରକ୍ଷା କର୍ମୀ ସଂଖ୍ୟା ବୃଦ୍ଧି କରାଯିବା ସହ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।