ଜାନୁୟାରୀ ୩୧ରୁ ଆରମ୍ଭ ହେବ ସଂସଦ ଅଧିବେଶନ

0

ନୂଆଦିଲ୍ଲୀ, ୧୩/୧: ସଂସଦର ବଜେଟ୍ ଅଧିବେଶନ ଜାନୁୟାରୀ ୩୧ ତାରିଖରୁ ଆରମ୍ଭ ହେବ। ଆର୍ଥିକ ସର୍ଭେ ସହିତ ଏହି ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଏହା ପରଦିନ ଅର୍ଥାତ ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବାର୍ଷିକ ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ଉଲ୍ଲେଖ ଯୋଗ୍ୟ ଯେ ସଂସଦର ବଜେଟ୍ ଅଧିବେଶନ ୨ଟି ଭାଗରେ ଅନୁଷ୍ଠିତ ହୋଇଥାଏ। ଦ୍ୱିତୀୟ ପର୍ଯ୍ୟାୟ ବୈଠକ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବ। ତେବେ ସେତେବେଳକୁ ସଂସଦର ନୂଆ ଭବନ ମଧ୍ୟ ଉଦଘାଟିତ ହୋଇଥିବ ବୋଲି ଆଶା କରାଯାଉଛି।

ସୂଚନା ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ନୂଆ ସଂସଦ ଭବନରେ ହୋଇପାରେ। ଏଣୁ ନୂଆ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଅଧିକାରୀମାନେ କହିଛନ୍ତି। ପୂର୍ବରୁ କେନ୍ଦ୍ର ଆବାସ ଓ ସହର ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଏହି ସୂଚନା ଦେଇଥିଲେ। ସାଧାରଣତଃ ସଂସଦର ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥାଏ। ଏଥିରେ ଅଧିବେଶନର ଆରମ୍ଭ ୩୦ ଅଥବା ୩୧ ଜାନୁୟାରୀରେ ହୋଇଥାଏ ଓ ୮ଓ ୯ ଫେବୃଆରୀରେ ସମାପ୍ତ ହୋଇଥାଏ।

ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ସଂସଦର ଉଭୟ ସଦନକୁ ସମ୍ବୋଧିତ କରିଥାନ୍ତି। ଏହି ପର୍ଯ୍ୟାୟରେ ଫେବୃଆରୀ ୧ ତାରିଖ ଦିନ ବାର୍ଷିକ ସାଧାରଣ ବଜେଟ୍ ସଂସଦରେ ଉପସ୍ଥାପନ ହୋଇଥାଏ। ବଜେଟ୍‌ର ଦ୍ୱିତୀୟ ଅଧିବେଶନ ସାଧାରଣତଃ ମାର୍ଚ୍ଚର ପ୍ରଥମ ପକ୍ଷ ଅର୍ଥାତ ୧୫ ତାରିଖ ପରେ ଅନୁଷ୍ଠିତ ହୋଇଥାଏ ଓ ମେ ମାସ ଆରମ୍ଭ ପର୍ଯ୍ୟନ୍ତ ଚାଲିଥାଏ। ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ କାଳରେ ବିଭିନ୍ନ ବିଭାଗଙ୍କ ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ ହୋଇଥାଏ।

SBI AD
Leave A Reply

Your email address will not be published.