ଭିଡ଼ିଓ ସେୟାରକୁ ନେଇ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ

କେନ୍ଦ୍ରାପଡା, ୭/ ୧୦ : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଧୀନ ବ୍ରହ୍ମପୁର ଗାଁ ର ଦୁଇ ସାଙ୍ଗ ଯୁବକଙ୍କ ମଧ୍ୟରେ ଭିଡିଓ ଛାଡିବା ନେଇ ଘଟଣାର ମୋଡ଼ ବଦଳିଯାଇଛି l ଗ୍ରାମସ୍ଥ ସମ୍ପଦ ନାୟକଙ୍କ ମୋବାଇଲକୁ ଗାଁ ର ସାଙ୍ଗ ନବ କିଶୋର ସାମନ୍ତରାୟ ଏକ ଭିଡ଼ିଓ ଛାଡିଥିଲେ l ମାତ୍ର ସମ୍ପୃକ୍ତ ଭିଡିଓ ଟି କୌଣସି କାରଣ ବଶତଃ ସମ୍ପୃକ୍ତ ଭିଡିଓ ଟି ଅନ୍ୟ ମୋବାଇଲ କୁ ସେୟାର ହେବାରୁ ନବକିଶୋର ଉତକ୍ଷିପ୍ତ ହୋଇ ସମ୍ପଦ ମୋବାଇଲ କୁ ଭାଙ୍ଗି ଦେଇଥିଲେ l ଏତିକିରେ କ୍ରୋଧ ଶାନ୍ତି ନହେବାରୁ ଶନିବାର ଦିନ ନବକିଶୋର ସମ୍ପଦଙ୍କ ଘରକୁ ଯାଇ ତାଙ୍କୁ ଲୁହlରଡରେ ବାଡେଇବା ସହିତ ମୁଣ୍ଡରେ ଗାଡି ଚାବି ଫୋଡି ନିସ୍ତେଜ ଅବସ୍ଥାରେ ଛାଡି ଚାଲି ଯାଇଥିଲେ l ପରିବାର ଲୋକେ ନିସ୍ତେଜ ଅବସ୍ଥାରେ ପୁଅକୁ ଦେଖି ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରିବା ସହିତ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ l ମାତ୍ର ଅଭିଯୋଗର ଦୁଇଦିନ ପରେ ବି ପାଟକୁରା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା କଥା ଅଭିଯୋଗ କାରୀଙ୍କ ତରଫରୁ ଜଣାପଡିଛି l ଠିକଣା ଭାବେ ସ୍ମାର୍ଟ ଫୋନ ଚଳାଇ ପାରୁନଥିବା କଥା କହୁଥିବା ଅଭିଯୋଗ କାରୀଙ୍କୁ ପାଟକୁରା ପୋଲିସ କେବେ ନ୍ୟାୟ ପ୍ରଦାନ କରୁଛି ଦେଖିବାକୁ ବାକି ରହିଲା l