ଜାଣନ୍ତୁ ‘ପଠାନ’ର ୫ମ ଦିନର ରୋଜଗାର କେତେ ?

0

ମୁମ୍ବାଇ,୩୦/୧: ବୁଧବାର ରିଲିଜ୍ ହୋଇଥିଲା କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’। ଏହି ଫିଲ୍ମର ରିଲିଜକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବୁଧବାର ଏହାର ଅନ୍ତ ଘଟିଥିଲା। ରିଲିଜ୍ ପୂର୍ବରୁ ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଥିବା ବେଳେ ରିଲିଜ ପରେ ତାହା ପ୍ରମାଣ ହେବାରେ ଲାଗିଛି।

ଏହା ମଧ୍ୟରେ ଫିଲ୍ମଟିର ପ୍ରଥମ ୫ ଦିନର ରୋଜଗାରର ରିପୋର୍ଟ ହସ୍ତଗତ ହୋଇଛି। ‌ବାଣିଜ୍ୟ ବିଶ୍ଳେଷକ ରମେଶ ବାଲାଙ୍କ ମୁତାବକ, ୫ ଦିନ ମଧ୍ୟରେ ଫିଲ୍ମଟି ଭାରତରେ ରବିବାର ୭୦ କୋଟି ଟଙ୍କାର ବ୍ୟବସାୟ କରିଛି। ଫିଲ୍ମଟିର ହିନ୍ଦୀ ଭର୍ସନ ବୁଧବାର ୫୫ କୋଟି, ଗୁରୁବାର ୬୮ କୋଟି, ଶୁକ୍ରବାର ୩୮ କୋଟି, ଶନିବାର ୫୧.୫ କୋଟି ଟଙ୍କାର ବେପାର କରିଛି। ଭାରତରେ ୫ ଦିନର କଲେକ୍ସନକୁ ମିଶାଇ ଦୋଲ ‘ପଠାନ୍’ର ସମୁଦାୟ ରୋଜଗାର ୨୯୦ କୋଟି ପାଖାପାଖି ହୋଇଗଲାଣି। ଖୁବ୍ ମ୍‌ ସମୟରେ ଏହା ୩୦୦ କୋଟି ଟଙ୍କା ପାର୍‌ କରିବାକୁ ଯାଉଛି।

ଚଳଚ୍ଚିତ୍ରଟି ଦ୍ୱିତୀୟ ଦିନରେ ଘରୋଇ ବଜାରରେ ୬୮ କୋଟି ରୋଜଗାର କରିଥିଲା। ଏହାଥିଲା ରିଲିଜ୍‌ ପରଠାରୁ ସର୍ବାଧିକ ଆୟ। ସେ ରେକର୍ଡ ରବିବାର ଭାଙ୍ଗି ଗଲା। ‘ପଠାନ’ ଦୁଇ ଦିନ ମଧ୍ୟରେ ସାରା ବିଶ୍ୱରେ ୨୩୫କୋଟି ରୋଜଗାର କରିଥିଲା। ବିଶ୍ବ ବଜାରରେ ‘ପଠାନ’ ପ୍ରଥମ ଦିନରେ ୧୦୦କୋଟି ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ମଧ୍ୟ ୧୦୦କୋଟିରୁ ଅଧିକ ଆୟ କରିଥିଲା।

SBI AD
Leave A Reply

Your email address will not be published.