ଘରର ଏହି ଦିଗରେ ଲଗାନ୍ତୁ କ୍ରାସୁଲା ଗଛ: ଗଦେଇ ହୋଇ ପଡ଼ିବ ଧନ

0

ଆଜିକାଲି ପ୍ରାୟ ମହିଳା ଘରକୁ ବାସ୍ତୁ ନିୟମ ଅନୁସାରେ ସଜାଇବାକୁ ପସନ୍ଦ କରୁଛନ୍ତି । ଯଦି ଆପଣ ସେଥିରେ ବିଶ୍ୱାସ କରୁଥାନ୍ତି, ତେବେ ଏହା ଆପଣଙ୍କୁ ସାହାଯ୍ୟ କରିବ ନିଶ୍ଚୟ । ବାସ୍ତୁ ବିଶେଷଜ୍ଞଙ୍କ କହିବା କଥା ଘର ଭିତରେ କ୍ରାସୁଲା ଗଛ ଘରେ ଲଗାଇଲେ ସୁଖ-ସମୃଦ୍ଧି ବଜାୟ ରଖିବା ସହ ଧନଧାନ୍ୟରେ ପୁରି ଉଠିଥାଏ ।

ଏହାକୁ ଘର ବା ଅଫିସ୍ର ପୂର୍ବ ବା ଉତ୍ତର ଦିଗରେ ଲଗାଯାଇଥାଏ । ଏହାକୁ ଉପଯୁକ୍ତ ଦିଗରେ ଲଗାଇବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହେବା ସହ ଧନମାର୍ଗ ଖୋଲିଥାଏ । ବାସ୍ତୁ ନିୟମ ଅନୁସାରେ କ୍ରାସୁଲାକୁ ଘରର ମୁଖ୍ୟ ଦ୍ୱାରଠାରୁ ଦୂରେଇ ରଖିବା ଉଚିତ୍ । କାରଣ ମୁଖ୍ୟ ଦ୍ୱାରା ଉର୍ଜ୍ଜା ଓ ଗତିବିଧିର ସ୍ଥାନ ଭାବେ ଗ୍ରହଣ କରାଯାଇଥାଏ । ତ ତେଣୁ ଏହାକୁ ମୁଖ୍ୟ ଦ୍ୱାରରେ ନ ରଖି ଡ୍ରାଇଂ ରୁମ୍?ରେ ରଖିବା ଉଚିତ୍ ।

ଯଦି ଆପଣ ଅଫିସ୍ରେ ଚିନ୍ତା ମୁକ୍ତ ରହିବାକୁ ଚାହାନ୍ତି, ପ୍ରମୋସନ୍ ଚାହାନ୍ତି, ତେବେ କ୍ରାସୁଲ ଗଛକୁ ନିଜ ଡେସ୍କର ଦକ୍ଷିଣ-ପଶ୍ଚିମ ଦିଗରେ ରଖିପାରିବେ । ଏହାଦ୍ୱାରା ଆପଣ ପ୍ରଫେସନାଲ ଦୁନିଆରେ ଆଗେଇବାର ବାଟ ଖୋଲିଥାଏ । ତ ଶୋଇବା ଘରେ ବା ଖଟ ପାଖରେ କ୍ରାସୁଲା ଗଛ ଆଦୌ ଲଗାନ୍ତୁ ନାହିଁ । ଶୋଇବା ଘର ଆରାମର ସ୍ଥାନ । ସେଠାରେ କୌଣସି ଗଛ ଲଗାଇବା ଅନୁଚିତ୍ । ଏପରିକି ରୋଷେଇ ଘରେ ମଧ୍ୟ କ୍ରାସୁଲ ଲଗାନ୍ତୁ ନାହିଁ ।

SBI AD
Leave A Reply

Your email address will not be published.