ବିଶ୍ୱ ପରିବେଶ ଦିବସରେ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୫/୬: ବିଶ୍ୱ ପରିବେଶ ଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ସ୍ଥିତ ବାସଭବନ ପରିସରରେ ପରିବାର ସଦସ୍ୟଙ୍କ ସହ ବୃକ୍ଷରୋପଣ କରିଛନ୍ତି । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଅଧିକରୁ ଅଧିକ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଗଛ ଗୁଡିକ ସୁନ୍ଦର ଏବଂ ଜୀବନ ମଧ୍ୟ ଦେଇଥାଏ । ବିଶ୍ୱକୁ ଅଧିକ ସୁନ୍ଦର କରିବା ପାଇଁ ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି । ତେଣୁ ଗୋଟିଏ ଗଛ ଲଗାଇ ଗୋଟିଏ ଜୀବନ ଦେବାକୁ ସେ ଜନସାଧାରଣ ମାନଙ୍କୁ ପରାମର୍ଶ ଦେଇଛନ୍ତି ।