ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ,୧୪/୬ : ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରି ଦେଇଛି। ତାଙ୍କ ମୃତ୍ୟୁରେ ପ୍ରତ୍ୟେକ କ୍ଷେତ୍ରର ସେଲିବ୍ରିଟିମାନେ ଦୁଃଖିତ ହୋଇପଡ଼ିଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ଏଥିରେ ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦୁଃଖ ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ’ସୁଶାନ୍ତ ସିଂ ରାଜପୁତ … ଜଣେ ଉଜ୍ଜ୍ୱଳ ଯୁବ ଅଭିନେତା ଯିଏ ଆମକୁ ଖୁବ୍ ଶୀଘ୍ର ଛାଡିଦେଇ ଚାଲିଗଲେ। ସେ ଟିଭି ଏବଂ ଚଳଚ୍ଚିତ୍ରରେ ବହୁତ ଭଲ କାମ କରିଥିଲେ। ମନୋରଞ୍ଜନ ଜଗତରେ ତାଙ୍କର ସଫଳତା ଅନେକ ଲୋକଙ୍କୁ ପ୍ରଭାବିତ କରିଛି ଏବଂ ସେ ଅନେକ ସ୍ମରଣୀୟ ଅଭିନୟ ଦେଇଛନ୍ତି। ତାଙ୍କ ମୃତ୍ୟୁରେ ମୁଁ ଦୁଃଖିତ। ତାଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକଙ୍କୁ ମୋର ସମବେଦନା। ଓମ୍ ଶାନ୍ତି। ’