ଚେନ୍ନାଇରେ ଭାରତୀୟ ସେନାକୁ ସ୍ୱଦେଶୀ ଯୁଦ୍ଧ କମାଣ ‘ଅର୍ଜୁନ’ ହସ୍ତାନ୍ତର କଲେ ପ୍ରଧାନମନ୍ତ୍ରୀ

ଚେନ୍ନାଇ,୧୪ /୨: ଆଜି ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ସେନାବାହିନୀକୁ ‘ଅର୍ଜୁନ ମେନ୍‌ ବ୍ୟାଟଲ୍‌ ଟ୍ୟାଙ୍କ୍‌’ ହସ୍ତାନ୍ତର କରିଛନ୍ତି। ଏହା ହେଉଛି ‘ସିଭିଆର୍‌ଡିଇ’, ‘ଡିଆର୍‌ଡିଓ’ ଏବଂ ଅନ୍ୟ ୧୫ଟି ଶିକ୍ଷା ପ୍ରତିଷ୍ଠାନ ଦ୍ୱାରା ବିକଶିତ ଏବଂ ନିର୍ମିତ ସ୍ୱଦେଶୀ ଯୁଦ୍ଧ କମାଣ। ଏହାକୁ ନିର୍ମାଣ କରିବାରେ କେତେକ ମଧ୍ୟମ ଏବଂ କ୍ଷୁଦ୍ରଶିଳ୍ପ ମଧ୍ୟ ଅଂଶ ଗ୍ରହଣ କରିଥିଲେ।

ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ ସମ୍ପ୍ରସାରିତ ଚେନ୍ନାଇ ମେଟ୍ରୋ ରେଲ୍‌ ଫେଜ୍‌-୧ ଉଦ୍‌ଘାଟନ କରିବା ସହ ବିଲ୍ଲପୁରମ୍‌-କୁଡ୍ଡାଲୋର୍‌-ମାୟିଲଦୁତୁରାଇ-ତାଞ୍ଜଭୁର ଏବଂ ମାୟିଲଦୁତୁରାଇ-ତିରୁବରୁର୍‌ ସିଙ୍ଗଲ୍‌ ଲାଇନ୍‌ ସେକ୍‌ସନ୍‌ର ରେଳବାଇ ବିଜୁଳିକରଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଓ୍ଵାସର୍‌ମ୍ୟାନ୍‌ପେଟ୍‌ରୁ ଓ୍ଵିମ୍‌କୋ ନଗରକୁ ସଂଯୋଗ କରୁଥିବା ଏହି ରେଳପଥ ମଧ୍ୟରେ ୭ଟି ଷ୍ଟେସନ୍‌ ରହିଛି।

ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଯୋଗ ଦେଇଥିଲେ ତାମିଲନାଡୁର ରାଜ୍ୟପାଳ ବନଓ୍ଵାରିଲାଲ୍‌ ପୁରୋହିତ, ମୁଖ୍ୟମନ୍ତ୍ରୀ ଇଡ଼ାପ୍ପାଡ଼ି କେ. ପଲାନିସ୍ୱାମୀ ଓ ଉପମୁଖ୍ୟମନ୍ତ୍ରୀ ଓ ପନୀରସେଲ୍‌ଓ୍ଵମ୍‌। ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପନୀରସେଲ୍‌ଓ୍ଵମ୍‌ କହିଲେ ଯେ, ତାମିଲନାଡୁର ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ସହ ‘ଏଆଇଏଡିଏମ୍‌କେ’ କିଭଳି କାର୍ଯ୍ୟ କରୁଛି, ତାହା ଚେନ୍ନାଇ ମେଟ୍ରୋ ରେଲ୍‌ ଫେଜ୍‌-୧ ଉଦ୍‌ଘାଟନ ହିଁ ଦର୍ଶାଉଛି। ଲୋକସଭାରେ ବୁଧବାର ଦିନ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣ ମଧ୍ୟ ସେ ଶୁଣିଛନ୍ତି ବୋଲି କହିବା ସହ କହିଛନ୍ତି ଯେ, ଏହା ତାମିଲନାଡୁ ତଥା ସମଗ୍ର ଦେଶର ଜନତାଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କର ଦାୟିତ୍ୱ ପ୍ରତିଫଳିତ କରୁଛି।

ତ୍ରିକୋଣଭୂମି ଜିଲ୍ଲାମାନଙ୍କରେ ଚାଷବାସ ପାଇଁ ଗୁରୁତ୍ୱବହନ କରୁଥିବା ଏହି କେନାଲ୍‌ ଲାଗି ପ୍ରାୟ ୨,୬୪୦ କୋଟି ଟଙ୍କା ଅଟକଳ କରାଯାଇଛି। ଏହା ବ୍ୟତିରେକେ ସେ ତାୟୁର୍‌ରେ ନିର୍ମାଣ ହେବାକୁ ଥିବା ‘ଆଇଆଇଟି ମାଡ୍ରାସ୍‌’ର ‘ଡିସ୍କଭରି କ୍ୟାମ୍ପସ୍‌’ର ମଧ୍ୟ ଶିଳାନ୍ୟାସ କରିବେ।