ହେଲିକପ୍ଟରରୁ ପ୍ରଧାନମନ୍ତ୍ରୀ ଦେଖିଲେ ଚେନ୍ନାଇ ଟେଷ୍ଟ ମ୍ୟାଚ

ଚେନ୍ନାଇ,୧୫ /୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଚେନ୍ନାଇ ଗସ୍ତ କରିଥିଲେ। ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଭାରତୀୟ ସେନାକୁ ଯୁଦ୍ଧ ଟ୍ୟାଙ୍କ ‘ଅର୍ଜୁନ’କୁ ହସ୍ତାନ୍ତର କରିଥିଲେ। ତେବେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯେତେବେଳେ ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମ ଦେଇ ଯାଇଥିଲା ସେତେବେଳେ ପ୍ରଧାନମନ୍ତ୍ରୀ ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ଦୃଶ୍ୟ ଦେଖିଥିଲେ।

ମୋଦୀ କେବଳ ମ୍ୟାଚର ଦୃଶ୍ୟ ଦେଖି ନ ଥିଲେ, ତାହାର ଫଟୋ ଉଠାଇ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ ମଧ୍ୟ କରିଥିଲେ। ମୋଦୀ ଟ୍ବିଟ୍‌ରେ ଲେଖିଥିଲେ ଯେ, ଆକାଶରୁ ଏହି ରୋମାଞ୍ଚକ ମୁକାବିଲାର ଦୃଶ୍ୟ ଦେଖିଲି।