ସାଇପ୍ରସର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ନୂଆଦିଲ୍ଲୀ, ୧୬/୦୬ : ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଥମରେ ସାଇପ୍ରସରେ ପହଁଚିଛନ୍ତି । ସାଇପ୍ରସରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସାଇପ୍ରସ ରାଷ୍ଟ୍ରପତି ନିକୋସ୍ ଖ୍ରୀଷ୍ଟୋଡୋଲିଡେସ୍ ମୋଦୀଙ୍କୁ ଗ୍ରାଣ୍ଡ୍ କ୍ରାସ ଅଫ୍ ଦ ଅର୍ଡର ଅଫ୍ ମକାରିୟୋସ ୩ ସମ୍ମାନରେ ସମ୍ମାନୀତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି, ରାଷ୍ଟ୍ରପତି ଏବଂ ସାଇପ୍ରସର ନାଗରିକ ଯେଉଁଭଳି ଭାବେ ସ୍ୱାଗତ କରିଛନ୍ତି, ତାହା ସିଧାସଳଖ ହୃଦୟକୁ ଛୁଇଁଛି । ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିବାରୁ ସାଇପ୍ରସ ସରକାର, ରାଷ୍ଟ୍ରପତି ନିକୋସ ଏବଂ ସେଠାକାର ନାଗରିକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୋଦୀ ତାଙ୍କୁ ପ୍ରଦାନ କରାଯାଇଥିବା ସମ୍ମାନକୁ ୧୪୦ କୋଟି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହା ଭାରତୀୟଙ୍କ କ୍ଷମତା ଏବଂ ଆକାଂକ୍ଷାର ସମ୍ମାନ । ଏହା ଆମ ସଂସ୍କୃତି, ବନ୍ଧୁତ୍ୱ ଏବଂ ବସୁନ୍ଧୈବ କୁଟମ୍ବକମ୍ ବିଚାରଧାର ପ୍ରତି ସମ୍ମାନ ଅଟେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମ୍ମାନ ଭାରତ ଏବଂ ସାଇପ୍ରସ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଉତ୍ସର୍ଗ କରିଛନ୍ତି । ଏହି ୪ ଦିନିଆ ଗସ୍ତରେ ମୋଦୀ କାନାଡ଼ା ଏବଂ କ୍ରୋଏସିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ସୋମବାର କାନାଡ଼ା ଗସ୍ତ କରି ମଙ୍ଗଳବାର ଜି୨୦ ଶିଖର ସମ୍ମିଳନୀରେ ସାମିଲ ହେବେ । ସେହିପରି ଜୁନ ୧୮ରେ କ୍ରୋଏସିଆ ଗସ୍ତ କରି ୧୯ରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ସାଇପ୍ରସ ଗସ୍ତ କରିବାରେ ମୋଦୀ ତୃତୀୟ ଭାରତୀୟ ପ୍ରଧାନମନ୍ତ୍ରୀ ଅଟନ୍ତି । ତାଙ୍କ ପୂର୍ବରୁ ୧୯୮୩ରେ ଇନ୍ଦିରା ଗାନ୍ଧୀ ଏବଂ ୨୦୦୨ରେ ଅଟଳ ବିହାରୀ ବାଚପେୟୀ ସାଇପ୍ରସ ଗସ୍ତ କରିଥିଲେ ।

SBI AD
Leave A Reply

Your email address will not be published.