ସଂସଦ ଭବନରେ ମାଣ୍ଡିଆ ଭୋଜନ କଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ,୨୦/୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସଂସଦ ଭବନ ପରିସରରେ ଅନ୍ୟ ମନ୍ତ୍ରୀ ଓ ସାଂସଦମାନଙ୍କ ସହିତ ମାଣ୍ଡିଆ ଭୋଜନ କରିଛନ୍ତି । ଆଜି ଆୟୋଜିତ ହୋଇଥିବା ଭୋଜିରେ ସମସ୍ତଙ୍କୁ ମାଣ୍ଡିଆ ବା ମିଲେଟ୍‌ ରୁ ପ୍ରସ୍ତୁତ ବ୍ୟଞ୍ଜନ ଦିଆଯାଇଥିଲା। ଭାରତ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ପାଳନ କରିବାକୁ ଯାଉଥିବାରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି; ‘‘ଆମେ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ପାଳନ କରିବାକୁ ଯାଉଥିବାରୁ, ସଂସଦ ଭବନରେ ସୁସ୍ବାଦୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଇଥିଲା, ଏଥିରେ ମିଲେଟ୍‌ରେ ପ୍ରସ୍ତୁତ ବ୍ୟଞ୍ଜନ ପରଷା ଯାଇଥିଲା। ଦଳମତ ନିର୍ବିଶେଷରେ ଏଥିରେ ସମସ୍ତେ ସାମିଲ ହେବା ଖୁସିର ବିଷୟ।’’

SBI AD
Leave A Reply

Your email address will not be published.