ପୁଲିସ ବାବୁଙ୍କୁ ମାଡିବସିଲା ଭିଜିଲାନ୍ସ

ବ୍ରହ୍ମପୁର,୨୫/୬: ଭିଜିଲାନ୍ସ ଜାଲରେ ଜଣେ ପୁଲିସ ଏସ୍‌ଆଇ ଧରାପଡ଼ିଛନ୍ତି। ଉକ୍ତ ପୁଲିସ ଏସ୍‌ଆଇ ଜଣଙ୍କୁ ୩ ହଜାର ଟଙ୍କା ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ଗୁରୁବାର ଲାଞ୍ଚ ନେଉଥିବା ବେଳେ ଜଗନ୍ନାଥ ପ୍ରସାଦ ଥାନାର ଏସ୍‌ଆଇ ସିଦ୍ଧାର୍ଥ କୁମାର ଗୌଡ଼ଙ୍କୁ ଭିଜିଲାନ୍ସ ଧରିଥିଲା।

ସୂଚନାଯୋଗ୍ୟ, ଜଗନ୍ନାଥ ପ୍ରସାଦ ଥାନାକୁ ଆସିଥିବା ଏକ ମାମଲାର ରଫାଦଫା କରିବା ପାଇଁ ପି.ରାଜା ସେନାପତି ନାମକ ଜଣେ ବ୍ୟକ୍ତିଙ୍କୁ ଏସ୍‌ଆଇ ସିଦ୍ଧାର୍ଥ କୁମାର ଗୌଡ଼ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ସେନାପତିଙ୍କ ଠାରୁ ୩ ହଜାର ଟଙ୍କା ନେବା ବେଳେ ପୂର୍ବରୁ ଯୋଜନା କରି ଜଗି ରହିଥିବା ବ୍ରହ୍ମପୁର ଭିଜିଲାନ୍‌ସ ଏସ୍‌ଆଇଙ୍କୁ ଧରି ନେଇଥିଲା। ଗିରଫ ଜଗନ୍ନାଥ ପ୍ରସାଦ ଥାନା ଏସଆଇଙ୍କୁ ଭିଜିଲାନ୍‌ସ ଅଧିକାରୀମାନେ ପଚରାଉଚରା ଜାରି ରଖିଛନ୍ତି। ସଂପୃକ୍ତ ଏସ୍‌ଆଇଙ୍କ ବିରୋଧରେ ବ୍ରହ୍ମପୁର ଭିଜିଲାନ୍‌ସ ଅଧିକ ତଥ୍ୟ ସଂଗ୍ରହ କରିବା ସହ ତାଙ୍କ ବିରୋଧରେ କେସ୍‌ ନଂ.୮/୨୦୨୦ରେ ମାମଲା ରୁଜୁ କରିଛି।