ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ବର୍ଷକୁ ୧୨ଟି ରିଫିଲ୍ ୧୪.୨ କିଲୋଗ୍ରାମର ଗୋଟିଏ ଲେଖାଏଁ ସିଲିଣ୍ଡର ଉପରେ ୨୦୦ ଟଙ୍କାର ରିହାତି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଏହାକୁ ମଞ୍ଜୁରି ଦେଇଛନ୍ତି ।୨୦୨୨-୨୩ ଆର୍ଥିକ ବର୍ଷରେ ଏଥିପାଇଁ ମୋଟ୍ ୬,୧୦୦ କୋଟି ଟଙ୍କା ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ଏ ବାବଦରେ ମୋଟ୍ ୭,୬୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନାରେ ସବସିଡି ଅର୍ଥ ସିଧାସଳଖ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା କରି ଦିଆଯାଇଥାଏ।
ପିଏମୟୁୱାଇ ହିତାଧିକାରୀମାନଙ୍କର ହାରାହାରୀ ଏଲପିଜି ଖର୍ଚ୍ଚ ୨୦୧୯-୨୦ରେ ୩.୦୧ ରିଫିଲ ଥିଲା ଯାହାକି ୨୦୨୧ -୨୨ରେ ୩.୬୮ ରିଫିଲକୁ ବୃଦ୍ଧି ପାଇଥିଲା । ସମସ୍ତ ପିଏମୟୁୱାଇ ହିତାଧିକାରୀ ନିର୍ଦ୍ଧାରିତ ରିଆତି ପାଇବାକୁ ଯୋଗ୍ୟ।
ଗ୍ରାମୀଣ ଓ ବଞ୍ଚିତ ଗରିବ ପରିବାରଗୁଡ଼ିକୁ ରୋଷେଇ ଲାଗି ଲିକ୍ୟୁଫାଏଡ୍ ପେଟ୍ରୋଲିୟମ ଗ୍ୟାସ (ଏଲପିଜି)ର ସ୍ୱଚ୍ଛ ଇନ୍ଧନ ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାର ୨୦୧୬ ମେ’ ମାସରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ।
