ପ୍ରିୟଙ୍କା ଏବଂ ନିକ ଜୋନ୍ସଙ୍କ ମଧ୍ୟରେ କିଛି ଦିନ ହେଲା ଡେଟ୍ ଚାଲିଛି । ତେବେ ନିକଟରେ ନିଜର ଦୁଇ ସାଥୀଙ୍କ ସହ ମସ୍ତି କରୁଥିବା ମୁହୂର୍ତ୍ତର ଏକ ଫଟୋ ସୋସିଆଲ ମିଡିଆରେ ପ୍ରିୟଙ୍କା ସେୟାର କରିଥିଲେ । ଏହି ଫଟୋରେ ନିକ ଜୋନ୍ସ କମେଣ୍ଟ କରି ଲେଖିଛନ୍ତି “ମୁଝସେ ଶାଦି କରୋଗି?” । ଏହି ଫଟୋରେ ଏଭଳି କମେଣ୍ଟ ଦେଖିଲା ପରେ ଏହି ଫଟୋ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଇଣ୍ଟରନେଟରେ ଭାଇରଲ ଏହି ଫଟୋ ସମସ୍ତଙ୍କୁ ଭରସା ଦେଇ ସାରିଛି ଯେ ଏହି ଯୋଡ଼ି ହୁଏତ ଖୁବ ଶୀଘ୍ର ଵିଵାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଦେଶୀ ଗର୍ଲଙ୍କ ଫ୍ୟାନ୍ସଙ୍କ ପାଇଁ ଏହା ହୁଏତ ଖୁବ ଖୁସିର କଥା କିନ୍ତୁ ଏଥିରେ ଏକ ଟ୍ୱିଷ୍ଟ ରହିଛି ।
ଅର୍ଥାତ ସାରା ଦୁନିଆ ସାମ୍ନାରେ ବିବାହ ପାଇଁ ପ୍ରୋପୋଜଲ ଦେଇଥିବା କମେଣ୍ଟ ନିକ ନିଜେ ଲେଖି ନାହାନ୍ତି ବରଂ ଏଭଳି କମେଣ୍ଟ ନିକଙ୍କ ଫ୍ୟାନ୍ସ କ୍ଲବ ତରଫରୁ କରାଯାଇଛି । ଏଠାରେ ଆମେ କହି ରଖୁଛୁ ଯେ ଦୁହିଁଙ୍କ ବୟସ ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି । ପ୍ରିୟଙ୍କାଙ୍କୁ ୩୫ବର୍ଷ ହେବା ବେଳେ ଏବେ ନିକଙ୍କୁ ୨୫ବର୍ଷ। ଫଟୋରେ ମଧ୍ୟ ନିକ ପ୍ରିୟଙ୍କାଙ୍କ ସାମନା ରେ ଛୁଆ ଭଳି ଦିଶୁଛନ୍ତି ।
Prev Post
Next Post