କୃଷକ ଆନ୍ଦୋଳନରେ ପ୍ରାଣ ହରାଉଥିବା ଚାଷୀ ପରିବାରଙ୍କୁ ମିଳିବ ସରକାରୀ ଚାକିରି : ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ, ୨୨/୧: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଆଜି କୃଷି ଆଇନ୍‌କୁ ନେଇ ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କୃଷି ଆଇନ୍‌ ବିରୋଧରେ ଦିଲ୍ଲୀର ସୀମାରେ ଆନ୍ଦୋଳନ କରୁଥିବା ୭୬ କୃଷକଙ୍କ ନିଧନ ହୋଇଛି। ଆଜି ମୁଁ ଘୋଷଣା କରୁଛି ଯେ କୃଷକ ଆନ୍ଦୋଳନରେ ପ୍ରାଣ ହରାଉଥିବା କୃଷକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯିବ ।

ମୁଖ୍ୟମନ୍ତ୍ରୀ କୃଷି ଆଇନ୍‌ ତରବରିଆ ଭାବେ ପାରିତ କରାଯିବା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ସଂସଦରେ ଆଲୋଚନା ବିନା ଏଥିରେ କାହିଁକି ପରିବର୍ତ୍ତନ କଲେ ? ଲୋକସଭାରେ ନିଜର ସଂଖ୍ୟା ଗରିଷ୍ଠତା କାରଣରୁ ଶାସକ ଦଳ ଆଇନକୁ ତରବରିଆ ଭାବେ ଗୃହୀତ କରାଇଛନ୍ତି। ରାଜ୍ୟସଭାରେ ଏହାକୁ ଅରାଜକତା ଜରିଆରେ ପାରିତ କରାଗଲା।

Comments are closed.