ଦିଲ୍ଲୀ ବିସ୍ଫୋରଣ ପରେ ପୁରୀ, ଭୁବନେଶ୍ୱର ଓ କଟକରେ ହାଇଆଲର୍ଟ

ଭୁବନେଶ୍ୱର,୧୦/୧୧ ଦିଲ୍ଲୀ ବିସ୍ଫୋରଣ ଘଟଣା ପରେ ଶ୍ରୀକ୍ଷେତ୍ର ପୁରୀରେ ହାଇଆଲର୍ଟ ଜାରି କରାଯାଇଛି। ପୁରୀର ପ୍ରବେଶପଥ ଗୁଡ଼ିକରେ ଯାଞ୍ଚ କଡ଼ାକଡ଼ି କରିଦିଆଯାଇଛି। ସେହିପରି ଭୁବନେଶ୍ୱର – କଟକରେ ମଧ୍ୟ ହାଇଆଲର୍ଟରେ ରଖାଯାଇଛି । ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ଆଜି ସନ୍ଧ୍ୟାରେ ବିସ୍ଫୋରଣ ଘଟଣା ଘଟିଛି। ଏହି ବିସ୍ଫୋରଣ ଘଟଣାରେ ଏପର୍ଯ୍ୟନ୍ତ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଥିବା ବେଳେ ଅନ୍ୟ ୨୪ ଜଣ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।