ନୂଆଦିଲ୍ଲୀ,୨୩/୩ : ସୁରାଟର ଏକ ଅଦାଲତ ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ କରିଛନ୍ତି । ମୋଦୀଙ୍କ ସାଙ୍ଗିଆରେ ସେ ଏକ ନିର୍ବାଚନ ସଭାରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ୨୦୧୯ ମସିହାରେ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନୀ ସଭାରେ ମୋଦୀ ସାଙ୍ଗିଆକୁ ନେଇ ସେ ଏପରି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏହାପରେ ରାହୁଲ ଗାନ୍ଧୀଙ୍କ ନାମରେ ସୁରାଟରେ ମାମଲା ରୁଜୁ କରାଯାଇଥିଲା । ତାଙ୍କୁ ୨ ବର୍ଷ କାରାଦଣ୍ଡାଦେଶ ସହ ଜାମିନ ମଞ୍ଜୁର କରାଯାଇଛି ।
ଶୁକ୍ରବାରରେ ଏହି ମାନହାନୀ ମାମଲର ଶୁଣାଣୀ କରି ସୁରାଟର ମୁଖ୍ୟ ନ୍ୟାୟାଧୀଶ ତାଙ୍କର ରାୟ ଶୁଣାଇଛନ୍ତି । ରାହୁଲ ସଭାରେ ମୋଦୀ ସାଙ୍ଗିଆ ଧାରୀ ଚୋର ବୋଲି କହିଥିବା ଅଭିଯୋଗ ହୋଇଥିଲା । କାହିଁକି ସବୁଚୋର , ନୀରବ ମୋଦୀ କି ଲଳିତ ମୋଦୀ କି ନରେନ୍ଦ୍ର ମୋଦୀ , ମୋଦୀ ସାଙ୍ଗିଆ ଧାରୀ ବୋଲି ରାହୁଲ୍ଲ କହିଥିଲେ।
ଉପରୋକ୍ତ ମନ୍ତବ୍ୟ ଦେଇଥିବାରୁ ରାହୁଲ୍ଙ୍କ ନାଁରେ ‘ବିଜେପି’ ବିଧାୟକ ତଥା ପୂର୍ବତନ ଗୁଜରାଟ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଅଭିଯୋଗ ଦାଏର କରିଥିଲେ। ଏହି ମନ୍ତବ୍ୟ ସମଗ୍ର ମୋଦୀ ସମ୍ପ୍ରଦାୟର ମାନହାନି କରିଛି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାର୍ଠାରେ ଆୟୋଜିତ ରାଲିରେ ଉଦ୍ବୋଧନ ଦେବା ବେଳେ ରାହୁଲ୍ ଗାନ୍ଧୀ ‘ମୋଦୀ’ ସାଙ୍ଗିଆକୁ ବିଦ୍ରୂପ କରି ଏଭଳି ଅସମ୍ମାନଜନକ ମନ୍ତବ୍ୟ ଦେଇଥିଲେ।
