ବ୍ରିଟିଶ ସଂସଦରେ ଗଣତନ୍ତ୍ରର ପାଠ ପଢ଼ାଇବେ ରାହୁଲ

0

ନୂଆଦିଲ୍ଲୀ: ସଂପ୍ରତି ବ୍ରିଟେନ୍ ଗସ୍ତରେ ଅଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ନିଜର ଏହି ୧୦ ଦିନିଆ ଗସ୍ତରେ ଥିବା ରାହୁଲ ବ୍ରିଟିଶ ସଂସଦକୁ ସମ୍ବୋଧିତ କରିବେ। ଏହା ପୂର୍ବରୁ ସେ କେମ୍ବ୍ରିଜ ୟୁନିଭର୍ସିଟିରେ ଗଣତନ୍ତ୍ର ନାମରେ ଭାଷଣ ଦେଇଥିଲେ। ରାହୁଲ ଗାନ୍ଧୀ କହିଥିଲେ, ଭାରତରେ ବ୍ୟାପକ ମାତ୍ରାରେ ରାଜନୈତିକ ନେତାଙ୍କ ଫୋନରେ ପେଗାସସ୍ ରହିଛି। ଟାପିଂ ପାଇଁ ମୋ ଫୋନରେ ବି ପେଗାସସ୍ ଲଗାଯାଇଥିଲା।

ଗଣମାଧ୍ୟମର ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ଓ୍ଵେଷ୍ଟମିନିଷ୍ଟର ପ୍ୟାଲେସ୍‌ର ଗ୍ରାଣ୍ଡ କମିଟି ଭାବେ ୟୁକେ ସାଂସଦ, ଲର୍ଡ୍ସ ବେରୋନେସ ଏବଂ ଅନ୍ୟଙ୍କୁ ସମ୍ବୋଧିତ କରିବେ। ବ୍ରିଟିଶ ସଂସଦରେ ରାହୁଲଙ୍କ ହେବାକୁ ଥିବା ଏହି ସମ୍ବୋଧନ ସାଂସ୍କୃତିକ, ସାମାଜିକ ଏବଂ ବ୍ୟବସାୟିକ ଉପରେ ପର୍ଯ୍ୟବେସିତ। ଲଣ୍ଡନ ସ୍ଥିତ ଥିଙ୍କ ଟ୍ୟାଙ୍କ ଚ୍ୟାଥନ ହାଉସ୍‌କୁ ରାହୁଲ ସମ୍ବୋଧିତ କରିବେ। ଏହା ପରେ କିଛି ବ୍ୟକ୍ତିଗତ ବୈଠକରେ ସାମିଲ୍ ହେବେ।

କେମ୍ବ୍ରିଜ ବିଶ୍ଵ ବିଦ୍ୟାଳୟରେ ଦେଇଥିବା ନିଜ ସମ୍ବୋଧନରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଭାରତରେ ଗଣତନ୍ତ୍ର ଉପରେ ହମଲା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଗଣତନ୍ତ୍ର ଢାଞ୍ଚାକୁ ନଷ୍ଟ କରୁଛନ୍ତି। ଦେଶରେ ବିରୋଧୀଙ୍କ ସ୍ଵରକୁ ଚାପି ଦେବାକୁ ସରକାର ନିରନ୍ତର ପ୍ରୟାସ ଚଳାଇଛନ୍ତି। ବିରୋଧୀ ନେତାଙ୍କ ବିରୋଧରେ ଏଜେନ୍ସିର ଦୁରୁପଯୋଗ କରାଯାଇ ମାମଲା ରୁଜୁ କରାଯାଉଛି। ଗଣମାଧ୍ୟମ, ନ୍ୟାୟପାଳିକା ଏବଂ ସଂସଦକୁ ନିଜ ଅକ୍ତିକାରକୁ ନେବାକୁ କେନ୍ଦ୍ର ସରକାର ଚେଷ୍ଟା ଚଳାଇଛନ୍ତି। ଆମକୁ ଲୋକଙ୍କ ପ୍ରସଙ୍ଗ ଉଠାଇବାକୁ ଅନେକ ବୀପରିତ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଥିବା ରାହୁଲ ଗାନ୍ଧୀ କହିଛନ୍ତି।

SBI AD
Leave A Reply

Your email address will not be published.