କେନ୍ଦ୍ରାପଡା,୮/୯ : କେନ୍ଦ୍ରାପଡା ଜିଲ୍ଲା ରାଜ କନିକା ବ୍ଲକ ହାଟସାହି ଗ୍ରାମର ଭାଗ ଚାଷୀ ଅମର ଜେନlଙ୍କ ଆତ୍ମ ହତ୍ୟା ନେଇ ଅଭିଯୋଗ ପରେବି ସ୍ଥାନୀୟ ପ୍ରଶାସନନିରବ ରହିଛି l ଏନେଇ ଜିଲ୍ଲା ବିଜେପିର ଏକ ପ୍ରତିନିଧିଦଳ ଜିଲ୍ଲାପାଳଙ୍କୁ ଭେଟି ଅସହାୟ ଚାଷୀ ପରିବାରକୁ ସହାୟତା ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି l ମୃତକ ଶ୍ରୀଜେନା ମରୁଡିପରିସ୍ଥିତି ସାଙ୍ଗକୁ ଋଣଭାର ନେଇ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ପ୍ରଶାସନ ନିଃସହାୟ ଭାଗ ଚାଷୀ ପରିବାରକୁ ଅଣଦେଖା କରୁଛି l ଯାହା ନେଇ ଜିଲ୍ଲା ପାଳଙ୍କୁ ମୃତକ ଚାଷୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହାୟତାରାଶି, ପତ୍ନୀକୁ ବିଧବା ଭତ୍ତା, ପିଏମୱାଇ ଗୃହ ଓ ସମ୍ପୂର୍ଣ୍ଣ ଋଣ ଛାଡ଼ ନେଇ ଉଲ୍ଲେଖ ଥିବା ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି l
ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରାଜ୍ୟରେ ଗାଦିସିନ ବିଜେଡି ସରକାର କୃଷି ଓ କୃଷକ ମାନଙ୍କ ଉନ୍ନତି ନେଇଡିଣ୍ଡିମ ପିଟୁ ଥିବା ବେଳେ ରାଜ୍ୟରେ ମରୁଡି ପରିସ୍ଥିତି ଗମ୍ଭୀର ହେବାକୁ ବସିଲାଣି l ସେହିପରି କୃଷକ ମାନଙ୍କୁ ଚାଷରେ ସହାୟତା ଲକ୍ଷ୍ୟରେ ପ୍ରଣୀତ କାଳିଆ ଯୋଜନାରୁ ଅଧିକାଂଶ ପ୍ରକୃତ ଚାଷୀ ବାଦପଡିଛନ୍ତି l ଆଉ ବଳିଆ ଯୋଜନାରେ ଭାଗ ଚାଷୀଙ୍କୁ ସହାୟତା ପ୍ରଦାନ ପ୍ରକ୍ରିୟା ଜାରି ରଖିଥିବା ସ୍ଥଳେ ଭାଗ ଚାଷୀ ଚାଷ ଉପରେ ଆସ୍ଥା ହରାଇ ଆତ୍ମ ହତ୍ୟା କରୁଛି l ଆଉ ଦୀର୍ଘ ଦିନ ହେବ ଖରିଫ ଋତୁରେ ଚାଷୀକୁ ୟୁରିଆ ସାର ସୁଲଭ ମୂଲ୍ୟରେ ହାତପାଆନ୍ତାରେ ମିଳିପାରୁନି l ଦୀର୍ଘ ଦୁଇ ଦଶନ୍ଧି ଧରି ଶାସନ କରିବାପରେ ଵି କୃଷକ ମାନଙ୍କୁ ସୁବିଧା ସୁଯୋଗ ଯୋଗାଇଦେବାରେ ବିଜେଡି ସରକାର ସମ୍ପୂର୍ଣ୍ଣ ଫେଲ ମାରୁଥିବାରୁ ବିଜେପି ଏହାକୁ ସରକାରଙ୍କ କୁମ୍ଭୀର କାନ୍ଦଣା ବୋଲି ତୁଳନା କରିଛି l