ମନୋରଞ୍ଜନ ଦୁନିଆକୁ ପୁଣି ଫେରିଲେ ରାଜଦୀପ୍

ଭୁବନେଶ୍ୱର : ଦୀର୍ଘଦିନର ପ୍ରତୀକ୍ଷା ଏବଂ ବ୍ୟବଧାନ ପରେ ଫିଲ୍ମ “ଓ ମାଇଁ ଲଭ” ଫେମ୍‌ ରାଜଦୀପ୍ ପୁଣି ମନୋରଞ୍ଜନ ଦୁନିଆକୁ ଫେରିଛନ୍ତି । ଏଥର ଦର୍ଶକ ତଥା ଶ୍ରୋତାମାନଙ୍କ ରୁଚିକୁ ସମ୍ମାନ ଦେଇ ନେକ୍ସ ଟିଭି ମ୍ୟୁଜିକ ନାମରେ ଏକ ନୂତନ ମ୍ୟୁଜିକ ଚ୍ୟାନେଲ ଆରମ୍ଭ କରିଛନ୍ତି । ଦର୍ଶକମାନେ ୟୁଟ୍ୟୁବକୁ ଯାଇ ଏହି ଚ୍ୟାନେଲ ମାଧ୍ୟମରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ, ମ୍ୟୁଜିକ ଡାଇରେକ୍ଟର ଏବଂ ବିଶିଷ୍ଟ କଳାକାରମାନଙ୍କ ଅନେକ ମନଛୁଆଁ ସଙ୍ଗୀତ ଦେଖିବାକୁ ପାଇବେ । ତାଙ୍କ ପ୍ରଡକ୍ସନ ଟିମ୍‌ର ସହ-ପ୍ରଯୋଜକ ଭାବେ ରହିଛନ୍ତି ତାଙ୍କ ସାନଭାଇ ଦିଲ୍ଲୀପ, ପ୍ରଡକ୍ସନ ଡିଜାଇନର ଭାବେ ଦାୟିତ୍ୱ ନେଇଛନ୍ତି ଅଭିଜ୍ଞ ମହତାପ ଗଡନାୟକ ଏବଂ ସହଯୋଗ କରିଛନ୍ତି ତାଙ୍କ ନିଜସ୍ୱ ଆଡର୍ଭଟାଇଜିଂ ସଂସ୍ଥା (ନେକ୍ସଜେନ)ର କୁଶଳୀ ସହଯୋଗୀ କର୍ମଚାରୀ ଏବଂ ଟେକ୍ନିସିଆନମାନେ । ଏହି ମ୍ୟୁଜିକ ଚ୍ୟାନେଲ ବ୍ୟତିତ କାର୍ଟୁନ, ଏଣ୍ଟରଟେନମେଣ୍ଟ ଏବଂ ଆଧ୍ୟାତ୍ମିକ ଚାନେଲ ମଧ୍ୟ ଆରମ୍ଭ କରିବା ପାଇଁ ତାଙ୍କର ଆଗାମୀ ଦିନର ପରିକଳ୍ପନା ରହିଛି ।

Comments are closed.