ଆଜିର ରାଶିଫଳ (ସୋମବାର)

ତା :୨୨/୬/୨୦୨୦

ମେଷ – କାର୍ଯ୍ୟରେ ସ୍ୱଚ୍ଛତା ପାଇଁ ସମ୍ମାନିତ ହୋଇପାରନ୍ତି । ଧନାଗମ ହେବ । ସ୍ୱ ଅର୍ଜିତ ଧନ ଭୋଗ କରିବେ । କ୍ଷେତ୍ରପତି ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ ।

ବୃଷ – ଉଜ୍ଜ୍ବଳ ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ ଏବ˚ ବାସ୍ତବ ରୂପ ଦେବାକୁ ଚେଷ୍ଟା କରିବେ। ଭଲ ଖବର ପାଇବେ। ବନ୍ଧୁଙ୍କ ସହିତ ସମ୍ବନ୍ଧ ଘନିଷ୍ଠ ହେବ। ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

ମିଥୁନ – ଇଚ୍ଛାଧୀନ କାର୍ଯ୍ୟ କରିପାରନ୍ତି । ବନ୍ଧୁମାନେ କରଛଡା ଦେଇପାରନ୍ତି । ରାଜତୁଲ୍ୟ ଜୀବନଯାପନ କରି ସନ୍ତୁଷ୍ଟ ହେବେ । ବିବାଦୀୟ ବିତର୍କରେ ଭାଗ ନିଅନ୍ତୁ ନାହିଁ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

କର୍କଟ – ଯୋଜନାରେ ପରିବର୍ତ୍ତନ କରିବାକୁ ପଡ଼ିପାରେ। ଆର୍ଥିକ ମାମଲାରେ ବୁଦ୍ଧିମତ୍ତାରେ କାମ କରନ୍ତୁ । ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

ସିଂହ – ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । କୃଷି ଉପରେ ପ୍ରାଧାନ୍ୟ ଦେଇପାରନ୍ତି । ଶ୍ରେଷ୍ଠ ସୁଖର ଅଧିକାରୀ ହେବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୫ ।

କନ୍ୟା – ଶୁଭ ସୂଚନା ପାଇବେ। ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ରାଜନୀତିରେ ଆଧିପତ୍ୟ ବଢ଼ିବ। ପ୍ରେମିକା ସହିତ ସମ୍ବନ୍ଧ ଉତ୍ତମ ରହିବ। ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ତୁଳା – ମହତ କାର୍ଯ୍ୟ କରିବା ପାଇଁ ସମୟକୁ ଅପେକ୍ଷା କରିବାକୁ ପଡିବ । ରିଷ୍ଟ ଖଣ୍ଟନ ପାଇଁ ସେବା-ପୂଜାରେ ମଗ୍ନ ହୋଇପାରନ୍ତି । ସନ୍ମାର୍ଗୀ ହୋଇପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

ବିଛା – କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ବନ୍ଧୁଙ୍କ ସାହାଯ୍ୟରେ କାମ ପୂରା ହେବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୯ ।

ଧନୁ – ସ୍ୱଜ୍ଞାନ, ଗରିମା ବଳରେ ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳତା ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ମକର – ଆଗକୁ ବଢ଼ିବା ପାଇଁ ଭଲ ସୁଯୋଗ ମିଳିବ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ଲାଭ ହେବ। ଦାମ୍ପତ୍ୟ ଜୀବନ ସୁଖ ପ୍ରଦ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

କୁମ୍ଭ – କାର୍ଯ୍ୟ ଧୀରେ, ସୁସ୍ଥେ ଆଗକୁ ବଢିବ । ଶ୍ରମର ମୂଲ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ବିନୀତ ସ୍ୱଭାବର ହେବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ମୀନ – ଜୀବନଶୈଳୀରେ ପରିବର୍ତ୍ତନ ହୋଇପାରେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୮ ।