ଆଜିର ରାଶିଫଳ (ରବିବାର)

ତା : ୧୧. ୭. ୨୦୨୧

ମେଷ : ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଶତ୍ରୁ ଦମନ ପାଇଁ ଖର୍ଚ୍ଚାନ୍ତ ହେବେ। କାର୍ଯ୍ୟରେ ସଫଳତା ମିଳିବା କଷ୍ଟଦାୟକ ହେବ। କର୍ମଚଞ୍ଚଳ ରହିପାରନ୍ତି। ବିବାଦୀୟ ବିତର୍କରେ ଭାଗନେଇ ଚୁପ୍‌ ରହିବେ।

ବୃଷ : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି।ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି।

ମିଥୁନ : କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ଢେର ଉନ୍ନତି ଘଟିବ। ସୁଖ-ସମ୍ମାନ ଲାଭ କରି ପାରନ୍ତି। ଶୁଭ ସମାଚାର ପାଇ ଭାବ ବିହ୍ବଳ ହେବେ। ଶୁଭକାର୍ଯ୍ୟ କରଣୀୟ। ବିବାଦରେ ବିଜୟୀ ହେବେ।

କର୍କଟ : ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ପରୋପକାରୀ ହେବେ। କାର୍ଯ୍ୟରେ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭୋଗ ବିଳାସ କରିପାରନ୍ତି।

ସିଂହ : ବିନୀତ ସ୍ବଭାବର ହେବେ। ପତ୍ନୀଙ୍କ ଧନରେ ସୁଖଭୋଗ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଜାତ ଶତ୍ରୁ ହେବା ଆଶା କରାଯାଏ। ଜଣେ ଉପଯୁକ୍ତ ପରାମର୍ଶଦାତା ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।

କନ୍ୟା : ବହୁ ସୁଖଦାୟକ ଘଟଣା ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି।ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ରୁଚିକର ଭୋଜନରେ ଆପାୟିତ ହେବେ।

ତୁଳା : ବନ୍ଧୁ ସହୟତା ପାଇଁ ଶତ୍ରୁଦମନ କରିବା ସହିତ ମାନସିକ ଶାନ୍ତି ଫେରିପାଇବେ। ସୁସମ୍ବାଦ ପାଇ ଖୁସି ହେବେ। କାର୍ଯ୍ୟରେ ସଫଳତା ମିଳିବ। ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ଅଛି। କରଜ ସୁଝିବେ।

ବିଛା : ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଜୀବନ ସୁଖପ୍ରଦ ହେବ। ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ବ୍ୟବସାୟରୁ ଲାଭମିଳିବ।

ଧନୁ : ମାନବବାଦୀ ହେବେ। ଯାନବାହନ ସୁଖଭୋଗ କରିପାରନ୍ତି। ପରିଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। କର୍ମକ୍ଷେତ୍ରରେ ନିଜ ସୁଚିନ୍ତିତ ମତବ୍ୟକ୍ତ କରି ପ୍ରଶଂସାର ପାତ୍ର ହେବେ। କାର୍ଯ୍ୟ କ୍ଷେତ୍ରରେ ନୂତନ ପଦକ୍ଷେପ ନେବେ।

ମକର : ଶୁଭକାର୍ଯ୍ୟ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ଠାକୁରଙ୍କ ଦର୍ଶନ ଲାଭ କରିବେ ଓ ଆତ୍ମସନ୍ତୋଷ ମିଳିବ।କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ପାଇବେ।

କୁମ୍ଭ : ପରୋପକାର କରି ନିଜର ମହାନତା ପ୍ରତିପାଦନ କରିବେ। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରି ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହେବେ।ଉପୁଜୁଥିବା ସମସ୍ୟାର ସହଜ ସମାଧାନ କରିପାରିବେ। ସାଧୁସେବାରେ ବ୍ରତୀ ହୋଇପାରନ୍ତି।

ମୀନ : ଭଲ ରୋଜଗାର ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ। ମିଷ୍ଟାନ୍ନ ଭୋଜନରେ ଆପାୟିତ ହୋଇପାରନ୍ତି। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।