ଆଜିର ରାଶିଫଳ (ମଙ୍ଗଳବାର)

ତା : ୧୬/୬/୨୦୨୦

ମେଷ – ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ । ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡିବ । ଧନଲାଭ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ବୃଷ – ମାନସିକ ରୂପେ ସକାରାତ୍ମକ ରୁହନ୍ତୁ । ମନରେ କଷ୍ଟ ହେଉଥିବା କାର୍ଯ୍ୟ ସହଜରେ କରି ପାରିବେ। ପ୍ରବନ୍ଧକର୍ତ୍ତାଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

ମିଥୁନ – ସଞ୍ଚୟାଭିମୁଖୀ ହୋଇପାରନ୍ତି । ହସ ଉଲ୍ଲାସରେ ସମୟ ବିତାଇ ପାରନ୍ତି । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

କର୍କଟ – ଗରମ ମିଜାଜ ଆପଣଙ୍କୁ ଲାଭ ଦେବ । ଅଫିସରେ କୌଣସି କଥାକୁ ନେଇ ଲାଗି ରହିଥିବା ଅସୁବିଧାକୁ ଠିକ୍‌ କରିବେ । ବ୍ୟବସାୟରେ ଭଲ ଲାଭ ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।

ସିଂହ – ଦେବ-ଦେବ ମହାଦେବଙ୍କ ଶରଣାପନ୍ନ ହେବେ । ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ସମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଜନପ୍ରିୟ ଓ ସତ୍ୟବାଦୀ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

କନ୍ୟା – ନୂଆ କାରବାରରେ ପୁଞ୍ଜି ଲଗାଇବେ । ସମାଜରେ ଭଲ ପରିଚୟ ସୃଷ୍ଟି ହେବ। ଚାକିରିରେ ପଦୋନ୍ନତି ମିଳିପାରେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।

ତୁଳା – ଉତ୍ସବାଦି କାର୍ଯ୍ୟରେ ସ୍ୱତ-ପ୍ରବୃତ୍ତ ଭାବେ ଯୋଗଦାନ କରିପାରନ୍ତି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଶୁଭ ଫଳ ପାଇବାର ସୂଚନା ମିଳୁଛି । ସର୍ବ ବିଧ ଉନ୍ନତି ଆଶା କରାଯାଏ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।

ବିଛା – ଧାର୍ମିକ କାର୍ଯ୍ୟ ପ୍ରତି ରୁଚି ବଢ଼ିବ । ଆତ୍ମବିଶ୍ବାସ ଓ ସଚ୍ଚୋଟତା ବଳରେ ଆଗକୁ ବଢ଼ିବା ସହଜ ହେବ। ବନ୍ଧୁଙ୍କ ମାଧ୍ୟମରେ ଲାଭ ପାଇବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

ଧନୁ – ପୁରୁଣା କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଖାସ୍‌ ବିଷୟରେ ବରିଷ୍ଠଙ୍କ ସହିତ କଥା ହେବେ। କାରବାରରେ ଲାଭ କମ୍‌ ମିଳିପାରେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

ମକର – ଗୃହରେ ଆନନ୍ଦ-ଉତ୍ସବ ଲାଗି ରହିବ । କୌଣସି ଏକ କାରଣରୁ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ମନରେ ସରସତା ଆସିବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

କୁମ୍ଭ – ଜୀବନକୁ ସୁନ୍ଦର କରିବା ଲାଗି ଭଲ ସୁଯୋଗ ମିଳିବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ । ଜୀବନସାଥୀଙ୍କ ଠାରୁ ଉପହାର ପାଇବେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୨ ।

ମୀନ – ବ୍ୟବସାୟରେ ବଡ଼ ‌ଚୁକ୍ତି ପାଇଁ ସ୍ବାକ୍ଷର କରିବେ । ଧାର ଦେଇଥିବା ଅର୍ଥ ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଉତ୍ତମ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।