ଏପ୍ରିଲ ମାସରେ ରିଜର୍ଭ ବ୍ୟାଙ୍କ ସ୍ଥିର ରଖିପାରେ ସୁଧହାର

0

ନୂଆଦିଲ୍ଲୀ :ଭାରତୀୟ ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି ସମିତି ବୈଠକ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ସେଥିରେ ପ୍ରଚଳିତ ସୁଧହାର ଅପରିବର୍ତ୍ତିତ ରଖାଯିବା ଆଶା କରାଯାଉଛି। ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଇତିମଧ୍ୟରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ତାହା ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଧାର୍ଯ୍ୟ ସ୍ତର ୬ ପ୍ରତିଶତ ଉପରେ ରହିଛି। ଖାଉଟି ମୂଲ୍ୟସୂଚୀ ୬.୪୪ ପ୍ରତିଶତ ହେବା ଆକଳନ କରାଯାଇଛି। ଚଳିତ ବର୍ଷ ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୬.୫୨ ପ୍ରତିଶତ ରହିଥିଲା।

ରିଜର୍ଭ ବ୍ୟାଙ୍କ ବିଭିନ୍ନ ବିଷୟକୁ ଦୃଷ୍ଟିରେ ରଖି ଆଗାମୀ ସମୀକ୍ଷା ବୈଠକରେ ସୁଧହାର ଅପରିବର୍ତ୍ତିତ ରଖିବା ଆଶା କରାଯାଉଛି। ତାହାସହିତ ରେପୋ ରେଟ୍‌‌ ୬.୫ ପ୍ରତିଶତକୁ ବର୍ତ୍ତମାନ ପାଇଁ ସ୍ଥିର ରଖାଯିବ ବୋଲି ଏସ୍‌‌ବିଆଇ ରିସର୍ଚ୍ଚ ପକ୍ଷରୁ ତାହାର ସଦ୍ୟତମ ଇକୋରାପ୍‌‌ ରିପୋର୍ଟରେ କୁହାଯାଇଛି। ଗତ ଫେବୃଆରୀରେ ଅନୁଷ୍ଠିତ ରିଜର୍ଭ ବ୍ୟାଙ୍କ ମୁଦ୍ରା ନୀତି ସମିତି ବୈଠକରେ ରେପୋ ରେଟ୍‌‌ ୨୫ ବେସିସ୍‌‌ ପଏଣ୍ଟ ବୃଦ୍ଧି କରାଯାଇ ତାହାକୁ ୬.୫ ପ୍ରତିଶତ କରାଯାଇଥିଲା। ଦେଶରେ ବର୍ଦ୍ଧିତ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାକୁ ରିଜର୍ଭ ବ୍ୟାଙ୍କ ସୁଧହାର ବା ରେପୋ ରେଟ୍‌‌ ବୃଦ୍ଧି କରିଥାଏ।

SBI AD
Leave A Reply

Your email address will not be published.