ଆଜି ବାଙ୍ଗାଲୋର-କଲକାତା ମ୍ୟାଚ ରଦ୍ଦ, ଖେଳାଳି କରୋନା ସଂକ୍ରମିତ

ମୁମ୍ବଇ,୩/୫: ଆଇପିଏଲର ୨୦୨୧ ସଂସ୍କରଣରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି। କରୋନା ଯୋଗୁ ପ୍ରଥମ ଥର ଲାଗି ଏକ ମ୍ୟାଚ ବାତିଲ ହୋଇଛି । ୨ ଜଣ ଖେଳାଳି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଚିହ୍ନଟ ହେବା ପରେ ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କଲକାତା ନାଇଟ ରାଇଡର୍ସ (କେକେଆର) ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ରଦ୍ଦ କରିଦିଆଯାଇଛି।

ସୂଚନା ଅନୁସାରେ କଲାକାତାର ୨ ଜଣ ଖେଳାଳି କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଏହା ଜଣାପଡ଼ିବା ପରେ ଆଜିର ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ମ୍ୟାଚ ସନ୍ଧ୍ୟା ୭ଟା ୩୦ରେ ଆୟୋଜିତ ହେବାର ଥିଲା। ଏହା ଚଳିତ ଆଇପିଏଲ ସଂସ୍କରଣର ୩୦ ତମ ମ୍ୟାଚ।

Comments are closed.