ମୁମ୍ବାଇରେ ସଫଳ ହେଲା ଋଷଭ ପନ୍ତଙ୍କ ଅସ୍ତ୍ରୋପଚାର, ଖୁସିରେ ନାଚିଲେ ପ୍ରଶଂସକ

0

ମୁମ୍ବାଇ: ଟିମ୍‌ ଇଣ୍ଡିଆର ୱିକେଟ୍ କିପର ତଥା ଦମଦାଦ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର ହୋଇଛି। ଗତ ୬ ତାରିଖରେ ଡ.ପର୍ଦ୍ଦିୱାଲା ଏବଂ ତାଙ୍କ ଟିମଙ୍କ ଦ୍ୱାରା ଏହି ଅସ୍ତ୍ରୋପଚାର କରାଯାଇଛି। ଏବେ ହସପିଟାଲରେ ସେ ଆହୁରି ୩-୪ ଦିନ ଡାକ୍ତରଙ୍କ ଅବରଭେସନରେ ରହିବେ। ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଭଲ ସୁଧାର ଆସୁଥିବା ଡାକ୍ତର କହିଛନ୍ତି। ଦୁର୍ଘଟଣା ପରେ ଡେରାଡୁନରେ ଚିକିତ୍ସିତ ହେଥିଲେ ପନ୍ତ । କିନ୍ତୁ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇ ସ୍ତାନାନ୍ତର କରାଯାଇଥିଲା ।

ତେବେ ଟିମ୍ ଇଣ୍ଡିଆ ପାଇଁ ଋଷଭ ପନ୍ତ ତିନୋଟି ଫର୍ମାଟରେ କ୍ରିକେଟ୍ ଖେଳିଛନ୍ତି । ସେ ବିସ୍ଫୋରକ ବ୍ୟାଟିଂରେ ଜଣେ ପାରଦର୍ଶୀ ଖେଳାଳି ଏବଂ କ୍ରିଜ ଉପରେ ପାଦ ଦେବା ମାତ୍ରେ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ପ୍ରସିଦ୍ଧ । ସେ ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସିରିଜ୍ ଜିତିଥିଲେ । ପନ୍ତ ଭାରତ ପାଇଁ ୩୩ ଟି ଟେଷ୍ଟ ମ୍ୟାଚ୍, ୩୦ ଟି ୱାନଡେ ଏବଂ ୬୬ ଟି -୨୦ ମ୍ୟାଚ୍ ଖେଳିଛନ୍ତି ।

ସୂଚନା ଅନୁସାରେ, ଦିଲ୍ଲୀରୁ ଘରକୁ ଫେରୁଥିବା ସମୟରେ ଋଷଭଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ପନ୍ତଙ୍କ କାର ରେଲିଂରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ପରେ କାରରେ ନିଆଁ ଲାଗିଯାଇଥିଲା । କାରରେ ଲାଗିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ, ତାହା କାରରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା । ଏହି ଦୁର୍ଘଟଣାରେ ପନ୍ତ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କ ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଛି । ତାଙ୍କ ପିଠି ଏବଂ କାନ୍ଧରେ ମଧ୍ୟ ଆଘାତ ଲାଗିଛି ।

ଦୁର୍ଘଟଣା ପରେ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପନ୍ତଙ୍କୁ ଦିଲ୍ଲୀ ରୋଡ ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲା । ଏହା ପରେ ଅଗ୍ନିଶମ ବିଭାଗର ଟିମ୍ ଜଳୁଥିବା ନିଆଁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ନିଆଁ ଲିଭାଇବା ବେଳକୁ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।

SBI AD
Leave A Reply

Your email address will not be published.