୫ଟି ସଚିବଙ୍କ ରାଉରକେଲା ଗସ୍ତ, ଫୋକସରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ

ରାଉରକେଲା,୧୯ /୧ : ରାଜ୍ୟ ୫ଟି ସଚିବ ଭି କାର୍ତିକିଆନ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , ଅବସର ପ୍ରାପ୍ତ ଆଇଏସ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଅସିତ କୁମାର ତ୍ରିପାଠୀ, ପୁର୍ତ୍ତ ବିଭାଗର ସଚିବ ଡକ୍ଟର କିଷନ କୁମାର ଏବଂ ମୁଖ୍ୟମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ସଚିବ ଆର ଭିନେଲ କ୍ରିଷ୍ଣା ରାଉରକେଲାରେ ଗସ୍ତରେ ଆସି ପହଞ୍ଚିଛନ୍ତି ।

ରାଉରକେଲାରେ ପ୍ରସ୍ତାବିତ ବିଶ୍ଵସ୍ତରୀୟ ହକି ଷ୍ଟାଡିୟମ ପାଇଁ ସ୍ଥାନ ଅନୁଧ୍ୟାନ କରିଥିଲେ। ଏହା ସହିତ ସହରର ଚାଲିଥିବା ସହରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଓ ଆରମ୍ଭ ହବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲା ପ୍ରଶାସନର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପତ୍ର କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଦେଶର ବଡ଼ ହକି ଷ୍ଟାଡିୟମ ଅଂଚଳ ଅନୁଧ୍ୟାନ କରାଯାଇଛି. ଏପ୍ରିଲ ମାସରେ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଓ ରେକର୍ଡ ସମୟରେ ଏହା ପୂର୍ଣ୍ଣାଙ୍ଗ ହେବ। ହକିର ଏନ୍ତୁଡ଼ି ଶାଳ ସୁନ୍ଦରଗଡ଼ରେ ହେବାକୁ ଥିବା ବିଶ୍ୱ କପକୁ ଦର୍ଶକ ଏହି ଷ୍ଟାଡିୟମରେ ଦେଖିବା ପାଇଁ ସୁଯୋଗ ପାଇବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରଵେଣେ, ପଶ୍ଚିମାଞ୍ଚଳ ଆଇଜି କବିତା ଜଲକ୍ଷନ, ଏସପି ମୁକେଶ କୁମାର ଭାମୋ ପ୍ରମୁଖ ଉପସ୍ଥିତ ଥିଲେ।